Latest Odisha News

BREAKING NEWS

ଛତିଶଗଡ଼ରେ ମାଡୁଛି ମହାମାରୀ, ମାଲକାନଗିରିକୁ ଗୋଡ଼ାଉଛି ଭୟ

ଭୁବନେଶ୍ୱର: ଦେଶରେ କରୋନାର ଲେଉଟାଣି । ପୁଣି ଥରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଓଡ଼ିଶାରେ ବି ଦୈନିକ କେସ୍ ବଢୁଛି । ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ପରେ ବଢ଼ିଛି ଓଡ଼ିଶାର ଟେନସନ୍ । ବିଶେଷ କରି ପଡ଼ୋଶୀ ଜିଲ୍ଲା ମାଲକାନଗିରିକୁ ସଂକ୍ରମଣ ଭୟ ଅଧିକ । ବର୍ତ୍ତମାନ ମାଲକାନଗିରି ଜିଲ୍ଲା କରୋନା ମୁକ୍ତ ରହିଛି । କିନ୍ତୁ ଛତିଶଗଡ଼ରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି ।

ଛତିଶଗଡ଼ରେ ଗତ ୨୪ ଘଣ୍ଟାରେ ୧୯ଶହ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ ନେଇଛି ୨୦ ଜୀବନ । ଛତିଶଗଡ଼ ସହ ମାଲକାନଗିରି ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କ ଯାଆସ ହେଉଛି । ତେଣୁ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଆଶଙ୍କା ଦେଖାଦେଇଛି ।

ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କାଲିଠୁ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ଆସନ୍ତା ୩୧ ତାରିଖ ଯାଏ ଜିଲ୍ଲାରେ ଜାରି ହୋଇଛି ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ ସକାଳ ୬ଟା ଯାଏ କଟକଣା ଲାଗିଛି ।

ସେହିପରି ରାଜ୍ୟ ବାହାରୁ ଆସିଲେ ନୋଡାଲ୍ ଅଫିସରଙ୍କୁ ଜଣାଇବେ ଓ ୭ଦିନ ହୋମ୍ ଆଇସୋଲେସନରେ ରହିବାକୁ ହେବ । କେହି ରାଜ୍ୟ ବାହାରକୁ ଗଲେ ବି ନୋଡାଲ୍ ଅଫିସରକୁ ଜଣାଇବେ । ଓଡ଼ିଶା-ଛତିଶଗଡ଼ର ଚାଲାନଗୁଡ଼ାରେ ଚେକିଂକୁ ଜୋରଦାର କରାଗଲାଣି ।

Leave A Reply

Your email address will not be published.