ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ୱାଲିଫାୟର ଚଳିତ ବର୍ଷ ଅକ୍ଟୋବରରେ ହେବ । ଏଥିପାଇଁ ନେପାଳ ଟିମ ଜୋରଦାର ଅଭ୍ୟାସ ଜାରୀ କରିଛି । ଆହୁରି ଭଲ ଅଭ୍ୟାସ ପାଇଁ ନେପାଳ ଟିମ ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସରେ ପ୍ରଶିକ୍ଷଣ ନେବେ । ସେମାନେ ୨୦ ଅଗଷ୍ଟରୁ ସେପ୍ଟମ୍ବର ୪ ପର୍ଯ୍ୟନ୍ତ ବାଙ୍ଗାଲୋରରେ ଅଭ୍ୟାସ କରିବେ । ବାଂଲାଦେଶ ଓ ଆଫଗାନିସ୍ତାନ ପରେ ଏବେ ବିସିସିଆଇ ଏହି ସୁଯୋଗ ନେପାଳ ଟିମକୁ ପ୍ରଦାନ କରିଛି । ଗତ ବର୍ଷ ଜୁନରେ ନେପାଳ ଟିମ ଟି୨୦ ବିଶ୍ୱକପ ପୂର୍ବରୁ ଗୁଜରାଟ କ୍ରିକେଟ ସଂଘର ଟିମ ସହିତ ତ୍ରିକୋଣୀୟ ଅଭ୍ୟାସ ମ୍ୟାଚ ଖେଳିଥିଲା ।
ଭାରତ ସରକାର ମଧ୍ୟ ଏହାକୁ ସ୍ୱାଗତ କରିଛି । ଏଥିଯୋଗୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଧୂର ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି । ନେପାଳ ମହିଳା ଟିମ ଥାଇଲାଣ୍ଡରେ ହେବାକୁ ଥିବା ଏସିଆ କପ ଯୋଗ୍ୟତାପର୍ଯ୍ୟାୟ ପୂର୍ବରୁ ଭାରତରେ ଅଭ୍ୟାସ କରିଥିଲେ । ବିସିସିଆଇର ସହଯୋଗ ନେଇ ନେପାଳ ବୋର୍ଡ କୃତଜ୍ଞତା ଜ୍ଞାପନ କରିଛି ।
Comments are closed.