Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୋଗରେ ନେପାଳ କ୍ରିକେଟରଙ୍କୁ ୮ ବର୍ଷ ଜେଲଦଣ୍ଡ

କାଠମାଣ୍ଡୁ: ନେପାଳ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେ ଦୁଷ୍କର୍ମ ଅଭିଯୋଗରେ ବୁଧବାର ଦଣ୍ଡ ପାଇଛନ୍ତି । କାଠମାଣ୍ଡୁ ଡିଷ୍ଟ୍ରିକ୍ଟ କୋର୍ଟ ତାଙ୍କୁ ୮ ବର୍ଷ ଜେଲଦଣ୍ଡ ଓ ୩ ଲକ୍ଷ ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡିତା ୧୮ ବର୍ଷରୁ କମ ହୋଇ ନ ଥିବାରୁ ସନ୍ଦୀପଙ୍କ ଦଣ୍ଡାଦେଶ କିଛି ମାତ୍ରାରେ କୋହଳ ହୋଇଯାଇଛି । ୨୦୨୨ରେ ପୀଡିତା ତାଙ୍କ ବିରୋଧରେ କେସ ରୁଜୁ କରିଥିଲେ । କିଛି ଦିନ ତଳେ ସ୍କଟଲାଣ୍ଡ-ନେପାଳ ମ୍ୟାଚ ପରେ ସନ୍ଦୀପଙ୍କ ସହ ସ୍କଟଲାଣ୍ଡ ଖେଳାଳି ହାତ ମିଳାଇ ନ ଥିଲେ । ନେପାଳ ପକ୍ଷରୁ ସେ ୫୧ ଦିନିକିଆ ଓ ୫୨ ଟି୨୦ ଖେଳି ୨୦୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରିଛନ୍ତି ।

ସନ୍ଦୀପ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଛନ୍ତି । ସେ ୯ଟି ମୁକାବିଲାରେ ୧୩ ୱିକେଟ ଅକ୍ତିଆର କରିଛନ୍ତି । ୫ ବର୍ଷ କ୍ରିକେଟ କ୍ୟାରିୟରରେ ସେ ୨୩ଟି ଭିନ୍ନ ଭିନ୍ନ ଟିମରୁ ଖେଳି ସାରିଛନ୍ତି । ଏହି ଦୁଷ୍କର୍ମ ମାମଲା ତାଙ୍କ କ୍ୟାରିୟରର ଏକପ୍ରକାର ଅନ୍ତ ଘଟାଇଛି ।

Leave A Reply

Your email address will not be published.