ନୂଆଦିଲ୍ଲୀ: ନେପାଳରେ ବର୍ତ୍ତମାନ୍ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ହିଂସା କାଣ୍ଡ ଘଟିବାରେ ଲାଗିଛି। ତେବେ ଏହାର ସୁଯୋଗ ନେଇ ନେପାଳର କପିଳବାସ୍ତୁ ଜେଲ ଏବଂ ସିଦ୍ଧାର୍ଥନଗର ଜିଲ୍ଲା ସଂଲଗ୍ନ ମହାରାଜଗଞ୍ଜ ଜିଲ୍ଲାର ନବଲପରାସୀ ଜେଲରୁ କଏଦୀମାନେ ପଳାୟନ କରିଛନ୍ତି।
ଏହି କଏଦୀ ମାନେ ଭାରତୀୟ ସୀମାରେ ପ୍ରବେଶ କରିବାର ଆଶଙ୍କାରେ ୟୁପି ସଂଲଗ୍ନ ସୀମାରେ ହାଇ ଆଲର୍ଟଘୋଷଣା କରାଯାଇଛି। ତେବେ ବର୍ତ୍ତମାନ୍ ସୁଦ୍ଧା ଯାଞ୍ଚ ସମୟରେ ୧୦ ଜଣ ନେପାଳୀ କଏଦୀ ଧରାପଡ଼ିଥିବା ସୂଚନା ମିଳିବା ସହ ୟୁପି ପୋଲିସ, ଏସଏସବି ଏବଂ ଗୁଇନ୍ଦା ସଂସ୍ଥା ସେମାନଙ୍କୁ ପଚରାଉଚରା କରୁଥିବା ନେଇ ଜଣାପଡ଼ିଛି।
ମହାରାଜଗଞ୍ଜର ସୋନୌଲି ସୀମାରେ ମାଲବାହୀ ଗାଡ଼ି ଗୁଡ଼ିକର ଲମ୍ବା ଧାଡ଼ି ଲାଗିଛି ଓ ଭାରତୀୟ ଟ୍ରକ୍ ଡ୍ରାଇଭର ମାନଙ୍କୁ ମଧ୍ୟ ଭାରତରେ ପ୍ରବେଶ କରିବାକୁ ଦିଆଯାଉନଥିବା ସୂଚନା ମିଳିଛି। ଏଥିସହିତ ଭାରତୀୟ ସୁରକ୍ଷା ବାହିନୀ ଓ ପୋଲିସର ମିଳିତ ଅଭିଯାନରେ ଆସୁଥିବା ଏବଂ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉଛି। ତେବେ ସିଦ୍ଧାର୍ଥନଗରରେ, ଡିଆଇଜି ବସ୍ତି ସଞ୍ଜୀବ ତ୍ୟାଗୀ, ଡିଏମ ଡକ୍ଟର ରାଜା ଗଣପତି ଆର, ଏସ୍ପି ଡକ୍ଟର ଅଭିଷେକ ମହାଜନ, ଏସଏସବି ଡେପୁଟି କମାଣ୍ଡାଣ୍ଟ ଜସୱନ୍ତ କକରହାୱା କପିଳବାସ୍ତୁ ସୀମାରେ ପହଞ୍ଚି ନେପାଳର ଚକରଚୌରାରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୁଧବାର ସନ୍ଧ୍ୟାରେ କପିଳବାସ୍ତୁରେ କର୍ଫ୍ୟୁ ଜାରି ହେବାପରେ ସେଠାକାର ସୀମାରୁ ଭାରତରେ ପ୍ରବେଶ କରିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଥିମଧ୍ୟରେ ଡିଏମ୍ ରାଜା ଗଣପତି ଆର ଦୁଇଟି ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି।
ଏଥିସହିତ ପୋଲିସ କବଚ ପଏଣ୍ଟ ଏବଂ ଏସଏସବି ଯବାନମାନେ ମିଶି ସୀମାରେ ପାଟ୍ରୋଲିଂ କରିବା ସହ ନଦୀ ପାର ହେଉଥିବା ରାସ୍ତାଗୁଡ଼ିକ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି। ନେପାଳର କୌଣସି ଉଗ୍ରବାଦି ଯେପରି ଭାରତୀୟ ସୀମାରେ ପ୍ରବେଶ ନ କରନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
Comments are closed.