Latest Odisha News

BREAKING NEWS

ନେପାଳରେ ରାଜନୈତିକ ସଙ୍କଟ: ପ୍ରଚଣ୍ଡଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଆରଏସପି

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଲାଗି ରହିଛି । ରବିବାର ପୁଷ୍ପ କମଲ ଦହଲଙ୍କ ସରକାରରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ସମର୍ଥନ ପ୍ରତ୍ୟାହାର କରିନେଇଛି । ଫଳରେ ସରକାର ତିଷ୍ଠିବା ନେଇ ବିପଦ ସୃଷ୍ଟି ହୋଇଛି । ୨୦୨୨ ନେପାଳ ନିର୍ବାଚନରେ ରବି ଲାମିଛାନେଙ୍କ ଆରଏସପି ଚତୁର୍ଥ ବଡ ପାର୍ଟି ହୋଇଥିଲା । ତାଙ୍କ ଦଳକୁ ୨୦ସିଟ ମିଳିଥିଲା । ଆରଏସପି ସମର୍ଥନରେ ପୁଷ୍ପ କମଲ ଦହଲ ଓ କେପି ଓଲୀ ମିିଳିତ ଭାବେ ସରକାର ଗଠନ କରିଥିଲେ । ୨୮ ଜାନୁୟାରୀରେ ନେପାଳ ସୁପ୍ରିମକୋର୍ଟ ରବିଙ୍କ ଦ୍ୱୈତ ନାଗରିକତା ନେଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଫଳରେ ତାଙ୍କୁ ସାଂସଦ ଏବଂ ଉପ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡିଥିଲା ।

ରବିଙ୍କ ପାଖରେ ନେପାଳ ବ୍ୟତୀତ ଆମେରିକାର ନାଗରିକତା ରହିଛି । ନେପାଳରେ ଏହା ସମ୍ପୂର୍ଣ୍ଣ ଭାବେ ଅବୈଧ । ଆଗକୁ ପ୍ରଚଣ୍ଡ ସରକାର କେଉଁ ନିଷ୍ପତି ଗ୍ରହଣ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ନେପାଳରେ ମୋଟ ସିଟ ସଂଖ୍ୟା ୨୭୫ ଥିବାରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୩୮ର ଆବଶ୍ୟକତା ରହିଛି ।

Leave A Reply

Your email address will not be published.