Latest Odisha News

BREAKING NEWS

ଶେର ବାହାଦୂର ଦେଉବା ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଗୃହକୁ ଭଙ୍ଗ କରିବା ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି ଏବଂ ଏହାକୁ ପୁନଃସ୍ଥାପିତ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ରାୟ ଅନୁଯାୟୀ, ମେ ୨୪ ରେ ନିର୍ବାଚନ ପ୍ରକ୍ରିୟା ସମୟରେ ନିଜର ବହୁମତ ଉପସ୍ଥାପନ କରିଥିବା ଦେଉବାଙ୍କୁ ଜୁଲାଇ ୧୩ ସନ୍ଧ୍ୟା ସୁଦ୍ଧା ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବ। ତେବେ ସୁପ୍ରିମ୍‌କୋର୍ଟଙ୍କ ଏହି ନିଷ୍ପତ୍ତି କେପି ଓଲିଙ୍କୁ ଏକ ଶକ୍ତ ଝଟ୍‌କା ଦେଇଛି।

ପ୍ରଧାନ ବିଚାରପତି ଜୁଲାଇ ୧୮ ରେ ଗୃହର ଏକ ନୂତନ ଅଧିବେଶନ ଡକାଇବାକୁ ବେଞ୍ଚ ନିର୍ଦ୍ଦେଶ ଦେଇଛି।

Comments are closed.