Latest Odisha News

BREAKING NEWS

ନିଟ୍‌ ଏବଂ ୟୁଜିସି-ନେଟ୍‌ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ପ୍ରସଙ୍ଗ, ଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ

ନୂଆଦିଲ୍ଲୀ: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କଲା ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI । ନୂଆଦିଲ୍ଲୀ ସ୍ଥିତ ବାସଭବନ ଆଗରେ NSUIର ବିକ୍ଷୋଭ ପ୍ରଦର୍ଶନ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ଉଠାଇ ନେଲା ପୋଲିସ।

ମିଳିଥିବା ସୂଚନା ଅନୁଯାୟୀ ଏହି ଛାତ୍ର ସଂଘ କଂଗ୍ରେସର ବୋଲି ଜଣାପଡିଛି। ଗୁରୁବାର ସକାଳେ ନିଟ୍ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ ନେଇ ବଡ଼ ଖୁଲାସା କରିଛନ୍ତି। ସେ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ସ୍ବୀକାର କରିଛନ୍ତି। ସୂଚନାଥାଉ କି, ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଏନଇଇଟି-ୟୁଜି ପରୀକ୍ଷା ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରାୟ ୨୪ ଲକ୍ଷ ଛାତ୍ରୀଛାତ୍ର ୪,୭୫୦ ସେଣ୍ଟରରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ।

୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର଼୍ୟାଙ୍କ ୱାନରେ ସ୍ଥାନିତ କରାଯାଇଥିଲା। ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ଗ୍ରେସ ମାର୍କ ଦିଆଯିବା ପରେ ସେମାନଙ୍କ ନମ୍ବର ୧୦୦ ପ୍ରତିଶତ ରହିଥିଲା, ଯାହାକୁ ନେଇ ପ୍ରଶ୍ନ ଉଠିଛି। ସାନି ପରୀକ୍ଷା ଦାବିରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ଅନିୟମିତତାକୁ ବିରୋଧକରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି।

Comments are closed.