ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟରେ ଆଉ ଏକ ବିପର୍ଯ୍ୟୟ ଘଟିଛି । ନେଦରଲାଣ୍ଡ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୪୩ ଓଭରରେ ୮ ୱିକେଟ ବିନିମୟରେ ୨୪୫ ରନ କରିଥିଲା । ବର୍ଷା ଯୋଗୁ ୫୦ ଓଭର ବଦଳରେ ୪୩ ଓଭର ଖେଳା ଯାଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ନେଦରଲାଣ୍ଡ ସ୍କଟ ଏଡୱାର୍ଡଙ୍କ ୭୮(ନଟଆଉଟ) ଓ ନିମ୍ନ ଭାଗରେ ବ୍ୟାଟ୍ସମ୍ୟାନଙ୍କ ଉତମ ପ୍ରଦର୍ଶନ ଯୋଗୁ ଭଲ ସ୍କୋର କରିପାରିଥିଲା । କାଗିସୋ ରାବାଡା ଓ ଲୁଙ୍ଗି ନିଗଡି ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ନପାରି ୪୨.୫ ଓଭରରେ୨୦୭ ରନ କରି ଅଲଆଉଟ ହୋଇ ଯାଇଥିଲା । ନାଟକୀୟ ଢଙ୍ଗରେ ୱିକେଟଗୁଡିକର ପତନ ଘଟିଥିଲା । ଡେଭିଡ ମିଲର ୪୩ ଓ ଗେରାଲ୍ଡ କେଏଟଜି ୨୨ ରନର ଇନିଂସ ଖେଳିଥିଲେ ।
କେଶବ ମହାରାଜା ସମ୍ମାନ ବଂଚାଇ ରଖିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ । ସେ ୪୦ ରନ କରି ଆଉଟ ହୋଇଥିଲେ । ରୋଏଲଫ ଭାନ ଡେର ମେରୱେ ଓ ବାସ ଡେ ଲିଡେ ୨ଟି ଲେଖାଁଏ ୱିକେଟ ନେଇଥିଲେ । ପରାଜୟ ଯୋଗୁ ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରେ ୪ ପଂଏଟ ଏବଂ ନେଦରଲାଣ୍ଡ ୩ଟି ମ୍ୟାଚରୁ ୨ ପଂଏଟ ହାସଲ କରିଛି । ଏହା ପୂର୍ବରୁ ଆଫଗାନିସ୍ତାନ ୬୯ ରନରେ ଇଂଲଣ୍ଡକୁ ପରାସ୍ତ କରିଥିଲା ।
Comments are closed.