ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ୮୭ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ବାଂଲାଦେଶ ଟିମର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ଧୂଳିସାତ ହୋଇଛି । ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲଦେଶ ୪୨.୨ ଓଭରରେ ୧୪୨ ରନ କରି ଅଲଆଉଟ ହୋଇ ଯାଇଥିଲା । ମେହେଦି ହାସନ ମିରାନ ଦଳ ପକ୍ଷରୁ ସର୍ବାଧିକ ୩୫ ରନ କରିଥିଲେ । ପଲ ଭାନ ମିକେରେନ ୪ଟି ୱିକେଟ ଅକ୍ତିଆର କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ବାସ ଲେଡ ଲିଡ ୨ଟି ୱିକେଟ ନେଇଥିଲେ । ଏହି ବିଜୟ ସହ ନେଦରଲାଣ୍ଡ ୬ ମ୍ୟାଚରୁ ୪ ପଂଏଟ ହାସଲ କରି ପଂଏଟ ଟେବୁଲର ୭ମ ସ୍ଥାନରେ ରହିଛି । ବାଂଲାଦେଶ ୬ ମ୍ୟାଚରୁ ୨ ପଂଏଟ ହାସଲ କରି ୯ମ ସ୍ଥାନରେ ରହିଛି ।
ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୫୦ ଓଭରରେ ୨୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ସ୍କଟ ଏଡୱାର୍ଡସ ୮୯ ବଲରେ ୬୮ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେସଲେ ବରେନ୍ସି ୪୧ ଓ ସାଇବ୍ରାଣ୍ଡ ୩୫ ରନର ଯୋଗଦାନ ଦେଇଥିଲେ । ବାଂଲାଦେଶ ପକ୍ଷରୁ ଶୋରିଫୁଲ ଇସଲାମ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହେମାନ ଓ ମେହେଦି ହାସନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଶାକିବ ଉଲ ହାସନ ଗୋଟିଏ ୱିକେଟ ନେଇଥିଲେ । ଟସ ଜିତି ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।
Comments are closed.