Latest Odisha News

BREAKING NEWS

ଏଆଇକୁ ନେଇ ନ୍ୟୁରୋଲିଙ୍କର ଇଂଜିନିୟର ଦେଲେ ଚେତାବନୀ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସି(ଏଆଇ) ଧୀରେ ଧୀରେ ବିଭିନ୍ନ କ୍ଷେତ୍ରରେ ମନୁଷ୍ୟ ଉପରେ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି । ବ୍ରେନ ଟେକ ପ୍ରୋଜେକ୍ଟ ନ୍ୟୁରୋଲିଙ୍କର ଜଣେ ଇଂଜିନିୟର ଏଆଇର ବହୂଳ ବ୍ୟବହାରକୁ ନେଇ ସତର୍କ କରାଇଛନ୍ତି । ସର୍ଜାର ମେକାନିକାଲ ଇଂଜିନିୟରର ମୂଖ୍ୟ ଦାନୀଶ ହୁସେନ କହିଛନ୍ତି ଯେ, କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଉଥିବା ଆଲଗରିଦିମ ମନୂଷ୍ୟ ମସ୍ତିଷ୍କକୁ ପ୍ରଭାବିତ କରୁଛି । ଯଦି ଏହି ଭଳି ଲାଗି ରୁହେ ତେବେ ଆମ ମସ୍ତିଷ୍କ ଏହାର ଦାସ ହୋଇଯିବ । ପ୍ରତ୍ୟେକ ଦିନ ଜଣେ ସାମାନ୍ୟ ମନୁଷ୍ୟ ଏଆଇକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିବାକୁ ଚେଷ୍ଟା କରିଛି ।

ଏହା ଏକ ଅଭ୍ୟାସରେ ପରିଣତ ହେଉଛି । କୃତ୍ରିମ ଦୁନିଆରେ ସେ ଆମକୁ ନେଇଯାଉଛି । ମସ୍ତିଷ୍କ ଭାବିବା ବେଳକୁ ଏହି କୃତ୍ରିମ ଦୁନିଆ ସମ୍ମୁଖକୁ ଆସିଯାଉଛି । ଚିନ୍ତା ଶକ୍ତି ହ୍ରାସ ପାଉଛି । ଏଆଇକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରି ନେଇ ଅନେକ ଭୁଲକୁ ମଧ୍ୟ ଠିକ ଭାବେ ପ୍ରମାଣିତ କରିବା ପାଇଁ ଜିଦ କରୁଛନ୍ତି । ଏଲନ ମସ୍କଙ୍କ ନ୍ୟୁରୋଲିଙ୍କ କମ୍ପାନୀ ଏବେ ମନୁଷ୍ୟ ମସ୍ତିଷ୍କରେ ଚିପ ଲଗାଇବା ନେଇ ଗବେଷଣା ଜାରୀ ରଖିଛି । ଯଦି ଏଥିରେ କମ୍ପାନୀ ସଫଳ ହୁଏ ତେବେ ଭବିଷ୍ୟତରେ ମସ୍ତିଷ୍କ ଜନିତ ସମସ୍ୟା ଖୁବ ଶୀଘ୍ର ସମାଧାନ ହୋଇପାରିବ ।

Leave A Reply

Your email address will not be published.