ଭୁବନେଶ୍ବର: ଆପଣଙ୍କର ବି ସମୟ ସମୟରେ ଖାଇବା ସ୍କିପ୍ କରିବାର ଅଭ୍ୟାସ ରହିଛି କି? କେବେ ଆପଣ ଅନୁଭବ କରିଛନ୍ତି କି ଯେ ଆପଣଙ୍କ ପେଟ ଖାଲି ରହିଲେ ଆପଣଙ୍କ ମୁଣ୍ଡ ବିନ୍ଧୁଛି? ନିଶ୍ଚିତ ଭାବେ କେବେ ନା କେବେ ଆମେ ତାହା ଅନୁଭବ କରିଛେ । ଆମେ ସମସ୍ତେ ଜଳଖିଆ ନଖାଇବାର ଖରାପ ଦିଗ ବିଷୟରେ ବିଭିନ୍ନ ଲେଖା କିମ୍ବା ଡାକ୍ତରଙ୍କ ଠାରୁ ମଧ୍ୟ ଶୁଣିଛେ ।
କିନ୍ତୁ ନିୟମିତ ଖାଦ୍ୟ ନଖାଇବା କ’ଣ ସତରେ ଆମ ସ୍ୱାସ୍ଥ୍ୟକୁ ଏତେ କ୍ଷତି ପହଞ୍ଚାଇପାରେ? ହଁ ଆଜ୍ଞା, ଖାଇବା ସ୍କିପ୍ କରିବା ଆମ ଶରୀରରେ ଏହାର କୁପ୍ରଭାବ ପଡିଥାଏ । ବିଶେଷ କରି ମସ୍ତିସ୍କ ଉପରେ ଏହାର ପ୍ରଭାବ ନେଇ ନ୍ୟୁରୋଲୋଜିଷ୍ଟଙ୍କ କହିବା କଥା, ଯେତେବେଳେ ଆମେ ଖାଇବା ସ୍କିପ୍ କରୁ କିମ୍ବା ଖାଲି ପେଟରେ ରହିଥାଉ, ସେତେବେଳେ ଆମ ଗ୍ଲୁକୋଜ୍ ଲେବଲ ପୂରା ତଳକୁ ଖସିଥାଏ । ଯାହାଦ୍ବାରା ମସ୍ତିଷ୍କ ଏବଂ ମସ୍ତିଷ୍କକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ସଂଘର୍ଷ କରିବାକୁ ପଡିଥାଏ । ଏହା ଦୁର୍ବଳ ଏକାଗ୍ରତା, ସ୍ମୃତି ଦୁର୍ବଳ ହେବା ଏବଂ ମନୋଭାବ ପରିବର୍ତ୍ତନର ହୋଇପାରେ ।
ଡାକ୍ତରଙ୍କ ମତରେ, ଅଧିକ ସମୟ ଶରୀରରେ ଗ୍ଲୁକେଜ୍ ଅଭାବ କୋର୍ଟିସୋଲ ଭଳି ପ୍ରେସର ହରମୋନ୍ ସୃଷ୍ଠଟି କରିଥାଏ । ଯାହା ଜ୍ଞାନାତ୍ମକ କାର୍ଯ୍ୟକୁ ଆହୁରି ପ୍ରଭାବିତ କରିଥାଏ । ଏହାଦ୍ବାରା ଅଧିକ ଚିଡ଼ିଚିଡ଼ା କରିବା କିମ୍ବା ଚିନ୍ତା ବୃଦ୍ଧି କରିଥାଏ । ଏମିତି କିଛି ସ୍ଥିତି ଆସିଥାଏ, ଯାହା ମସ୍ତିଷ୍କ ଶକ୍ତି ପାଇଁ କିଟୋନକୁ ପରିବର୍ତ୍ତନ କରିପାରେ, କିନ୍ତୁ ଏହି ପରିବର୍ତ୍ତନ ମାନସିକ ଦୁଶ୍ଚିନ୍ତା ସୃଷ୍ଟି କରିପାରେ ।
କାହିଁକି ଖାଲି ପେଟରେ ରହିଲେ ମୁଣ୍ଡ ବିନ୍ଧେ?
ଖାଲି ପେଟରେ ମୁଣ୍ଡବିନ୍ଧା ପ୍ରାୟତଃ ରକ୍ତରେ ଶର୍କରା ହ୍ରାସ (ହାଇପୋଗ୍ଲାଇସେମିଆ) ହେତୁ ହୋଇଥାଏ, ଯାହା ମସ୍ତିଷ୍କର କାର୍ଯ୍ୟକୁ ପ୍ରଭାବିତ କରେ। ଗ୍ଲୁକୋଜର ଅଭାବ କର୍ଟିସୋଲ ଏବଂ ଆଡ୍ରେନାଲିନ୍ ଭଳି ପ୍ରେସର ହରମୋନ ମୁକ୍ତ କରିଥାଏ, ଯାହା ରକ୍ତବାହୀ ନଳୀଗୁଡ଼ିକୁ ସଙ୍କୁଚିତ ଏବଂ ପ୍ରସାରିତ କରିଥାଏ, ଯାହା ମୁଣ୍ଡବିନ୍ଧା ସୃଷ୍ଟି କରିଥାଏ । ତେବେ କେହି କେହି ଏହାକୁ ଗ୍ୟାସ୍ ବୋଲି ମଧ୍ୟ କହିଥାନ୍ତି, କିନ୍ତୁ ଏହା ଖାଇବା ହଜମ ନହେବା ଦ୍ବାରା ଗ୍ୟାସ ହୋଇଥାଏ । କିନ୍ତୁ ଏହା ଖାଲିପେଟରେ ରହିବା ଦ୍ବାରା ହୋଇଥାଏ । ତେଣୁ ନଖାଇବା ଦ୍ବାରା ଆମ ଶରୀର ସ୍ନାୟବିକ କାର୍ଯ୍ୟ ଦୁର୍ବଳ ହୋଇଥାଏ । ଯାହାର ସିଧା ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ ।
Comments are closed.