Latest Odisha News

BREAKING NEWS

ନୂଆ ପୋଷାକ କେବେ ପିନ୍ଧି ନାହାନ୍ତି ମହିଳା, ଭଡ଼ାରେ ଡ଼୍ରେସ ଆଣି ପାର୍ଟିକୁ ଯାଆନ୍ତି

ଇଂଲଣ୍ଡ: ଅଧିକାଂଶ ଲୋକ ନୂଆ ନୂଆ ପୋଷାକ ପିନ୍ଧିବାକୁ ଭଲ ପାଇଥାନ୍ତି । ହେଲେ ମହିଳାଙ୍କ କଥା ନ କହିଲେ ଚଳେ । କାରଣ ପ୍ରତ୍ୟେକ ମହିଳା ନୂଆ ନୂଆ ଡ଼୍ରେସ ଓ ଶାଢି ପିନ୍ଧିବାକୁ ବେଶୀ ଭଲ ପାଇଥାନ୍ତି । ହେଲେ ଇଂଲଣ୍ଡର ଏମିତି ଜଣେ ମହିଳା ଅଛନ୍ତି, ଯିଏ ତାଙ୍କ ଜୀବନରେ କେବେ ବି ନୂଆ ଡ୍ରେସ ପିନ୍ଧିନାହାନ୍ତି କି କିଣି ବି ନାହାନ୍ତି ।

ଇଂଲଣ୍ଡର ବାସିନ୍ଦା ଜେନ ବାର୍କର ପୈକର । ସେ ସବୁବେଳେ ପୁରୁଣା ଜିନିଷ ହିଁ ବ୍ୟବହାର କରିଥାନ୍ତି । ତାଙ୍କ ପିଲାଙ୍କୁ ମଧ୍ୟ ପୁରୁଣା ଜିନିଷ ଦେଇଥାନ୍ତି । ଏମିତି କି ପୁରୁଣା ବହି ଓ ଖେଳନା ମଧ୍ୟ ଦିଅନ୍ତି । କିଛି ନୂଆ ଜିନିଷ କିଣିବା ପୂର୍ବରୁ ସେ ପୁରୁଣା ଜିନିଷକୁ ଶେଷ ପର୍ଯ୍ୟନ୍ତ ପିନ୍ଧିଥାନ୍ତି । ଯଦି କିଛି କପଡ଼ା ଖରାପ ହୁଏ, ସେ ତାକୁ ଠିକ୍ କରି ନିଅନ୍ତି । ସେ ତାଙ୍କର ସମସ୍ତ କପଡ଼ାକୁ ଆଲମାରିରେ ସାଇତିକି ରଖନ୍ତି । ଯେପରି ତାକୁ ଅଧିକ ସମୟ ପର୍ଯ୍ୟନ୍ତ ପିନ୍ଧି ହେବ । ଯଦି ତାଙ୍କୁ କୌଣସି ପାର୍ଟିରେ ଯିବାକୁ ପଡ଼େ, ତେବେ ସେ ଡ଼୍ରେସ ଭଡ଼ାରେ ଆଣିଥାନ୍ତି ।

ଜେନ୍‌ଙ୍କ କହିବା କଥା, ନୂଆ କପଡ଼ା ବ୍ୟବହାର କରିବା ଅର୍ଥ ଅଧିକ କପଡ଼ା ତିଆରି କରିବା । ଏହା ଫଳରେ ପରିବେଶର କ୍ଷତି ହୋଇଥାଏ । ଯଦି ଆମେ ପୁରୁଣା ଜିନିଷକୁ ବ୍ୟବହାର କରିବା ତେବେ ପରିବେଶର କୌଣସି କ୍ଷତି ହେବନି । ଜଣେ ବ୍ୟକ୍ତିଙ୍କ ଅଦରକାରୀ ଜିନିଷ ଅନ୍ୟ ବ୍ୟକ୍ତି ପାଇଁ କାମର ଜିନିଷ ହୋଇଥାଏ । ଏହି ପ୍ରକ୍ରିୟାରେ ଲୋକେ ନିଜର ପୁରୁଣା କପଡ଼ା ଦାନ କରନ୍ତି, ଫଳରେ ଅନ୍ୟକୁ ଏହି କପଡ଼ା ମିଳିପାରିବ । ପୈକର ମଧ୍ୟ ଏହି ଆନ୍ଦୋଳନର ଅଂଶୀ । ସେଥିପାଇଁ ସେ ପୁରୁଣା କପଡ଼ା ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

Comments are closed.