Latest Odisha News

BREAKING NEWS

ରିଜର୍ଭବ୍ୟାଙ୍କ ପକ୍ଷରୁ ପ୍ରଚଳନ ହେବ ନୂଆ ପ୍ରକାରର ବାର୍ଣ୍ଣିସ ନୋଟ୍ !

ନୂଆଦିଲ୍ଲୀ: ଭାରତରେ ପ୍ରଚଳିତ ନୋଟରେ ଆଉ ଲାଗିବନି ମଇଲା କି ନୋଟ ହେବନି ଆଉ ଲୋଚା କୋଚା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ନୂଆ ନୋଟ ପ୍ରଚଳନ ଲାଗି ଯୋଜନା ଚାଲିଛି । ଏସମ୍ପର୍କରେ ବୁଧବାର ଦିନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ ସୂଚନା ପ୍ରଦାନ କରିଛନ୍ତି ।

ଭାରତୀୟ ବଜାରକୁ ଆରବିଆଇ ପକ୍ଷରୁ ନୂଆ ୧୦୦ ଟଙ୍କିଆ ନୋଟ ଛଡ଼ାଯିବ । ଖୁବଶିଘ୍ର ପରୀକ୍ଷା ମୂଳକ ଭାବେ ଏହି ୧୦୦ ଟଙ୍କିଆ ନୋଟଟିକୁ ଆରବିଆଇ ବଜାରକୁ ଛାଡ଼ିବ ବୋଲି ଶ୍ରୀ ଠାକୁର କହିଛନ୍ତି ।

ସେ ଆହୁରି ମଧ୍ୟ ସୂଚନାଦେଇ ରାଜ୍ୟ ସଭାରେ କହିଛନ୍ତି ଯେ, ଆମେ ଏବେ ଯେଉଁ ସାଧାରଣ ନୋଟ ବ୍ୟବହାର କରୁଛନ୍ତି ତାହା ଚିରିଯାଉଛି ବା ଫାଟି ଯାଉଛି ଏପରିକି ମଇଳା ହୋଇ ଭାଙ୍ଗ ପଡ଼ିଯାଉଛି । ନୂଆ ବାର୍ଣ୍ଣିସ ନୋଟରେ ଏହି ଅସୁବିଧା ଦେଖାଯିବ ନାହିଁ । ପୂରୁଣା ନୋଟ ୩ ବର୍ଷ ଯାଏଁ ହାରାହାରି ଠିକ୍ ରହୁଥିବା ବେଳେ ନୂଆ ନୋଟ ହାରାହାରି ଏହାଠାରୁ ଯଥେଷ୍ଟ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ ।

ଏଠାରେ ସୂଚନାଯୋଗ୍ୟ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନାନୁଯାୟୀ, ଆରବିଆଇ ପକ୍ଷରୁ ପରୀକ୍ଷାମୂଳକ ଭାବେ ଜୟପୁର, ଶିମଲା, ମହିଶୁର, କୋଚି ଏବଂ ଭୁବନେଶ୍ୱରଠାରେ ପ୍ରଚଳନ କରାଯିବ । ଏଥିଲାଗି ଆରବିଆଇକୁ ଅନୁମତି ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.