Latest Odisha News

BREAKING NEWS

ଖୁବଶୀଘ୍ର ଆସିବ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ

କଟକ: ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିସାରିଛି। କେବଳ ସେତିକି ନୁହେଁ ବିଧାନସଭାରେ ନୂଆ ଆପର୍ଟମେଣ୍ଟ ମାଲିକାନା ଆଇନ- ଓଡ଼ିଶା ଆପାର୍ଟମେଣ୍ଟ (ଓନର୍‌ସିପ୍‌ ଆଣ୍ଡ ମ୍ୟାନେଜମେଣ୍ଟ) ବିଲ୍‌, ୨୦୨୩କୁ ଉପସ୍ଥାପନ କରିବାକୁ ନୋଟିସ୍ ମଧ୍ୟ କରାଯାଇଛି। ଏନେଇ ଗତକାଲି(୨୨ ମାର୍ଚ୍ଚ) ଦିନ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥ୍ୟରେ ଉଲ୍ଲେଖ କରାଯାଇଥିଲା।

ବିଧାନସଭାରେ ଉପସ୍ଥାପନା ପାଇଁ ନୋଟିସ୍ ହୋଇଯାଇଥିଲେ ବି ଚଳିତ ବିଧାନସଭା ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରି ଏହା ଉପରେ ଚର୍ଚ୍ଚା କରିବାକୁ ପଦକ୍ଷେପ ନିଆଯାଇଛି ବୋଲି ହାଇକୋର୍ଟରେ ସରକାର ତଥ୍ୟ ଦେଇଥିଲେ। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କରିଥିଲେ।

କୋର୍ଟରେ ଦିଆଯାଇଥିବା ଏହି ସରକାରଙ୍କ ତଥ୍ୟକୁ ବିଚାରକୁ ନେଇ ଖଣ୍ଡପୀଠ ଆବେଦକ ବିମଳେନ୍ଦୁ ପ୍ରଧାନ ଓ ଅନ୍ୟମାନଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ ତାରିଖରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି।

ସୂଚନା ଥାଉକି, ରେରା ଆଇନ ଆସିବା ପରେ ଆପାର୍ଟମେଣ୍ଟ ସଂପର୍କିତ ପ୍ରମାଣପତ୍ର ଜାରି ସଂକ୍ରାନ୍ତରେ ଓରେରାକୁ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୧୭, ମେ ୧ରେ ରେରା ଆଇନ ଆସିପରେ ପରେ ନିର୍ଦ୍ଦିଷ୍ଟ ଆପାର୍ଟମେଣ୍ଟ ପ୍ରକଳ୍ପର ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲା।

ଏଭଳି ସ୍ଥିତିରେ ସଂପୃକ୍ତ ପ୍ରକଳ୍ପକୁ କେମିତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ସେ ନେଇ ରେରା ସାନି ସତ୍ୟପାଠ ଦାଖଲ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.