Latest Odisha News

BREAKING NEWS

୨୦ରେ ଶପଥ ନେବେ ବିହାରର ନୂଆ ସରକାର!

ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ ଏକ ବଡ଼ ବିଜୟ ହାସଲ କରିଛି। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ନେଇ ମଧ୍ୟ ସ୍ଥିର ହୋଇ ସାରିଛି।

ଯାହାପରେ ୨୦ ନଭେମ୍ବର ଗୁରୁବାର ଦିନ ବିହାରରେ ନୂତନ ସରକାର ଗଠିତ ହେବାକୁ ଯାଉଥିବାର ସୂଚନା ମିଳିଛି।ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ଏବଂ ଏନଡିଏ ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ନେଇ ଯୋଜନା ରହିଛି।

ତେବେ ବିହାରରେ ଏନଡିଏର ବିଜୟ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୭ ତାରିଖ ସୋମବାର ପୂର୍ବାହ୍ନ ୧୧ଟା ୩୦ ରେ ପାଟନାରେ ଏକ କ୍ୟାବିନେଟ ବୈଠକ ଡାକିଛନ୍ତି। ତେବେ ଏହି ବୈଠକରେ ନୂତନ ସରକାର ଗଠନ ବିଷୟରେ ଆଲୋଚନା ହେବା ସହ ଶପଥ ଗ୍ରହଣ ଉତ୍ସବର ତାରିଖ ମଧ୍ୟ ସ୍ଥିର ହୋଇପାରେ ବୋଲି ବିହାର ସରକାରଙ୍କ କ୍ୟାବିନେଟ ସଚିବାଳୟ ପକ୍ଷରୁ ସ୍ୱତନ୍ତ୍ର ସଚିବ ଅରବିନ୍ଦ କୁମାର ବର୍ମାଙ୍କ ଦ୍ୱାରା ଏକ ଚିଠିରେ କୁହାଯାଇଛି।

ପୂର୍ବରୁ ପାଟନାର ଜିଲ୍ଲା ମାଜିଷ୍ଟ୍ରେଟ ଶପଥ ଗ୍ରହଣ ଉତ୍ସବକୁ ଦୃଷ୍ଟିରେ ରଖି ପାଟନାର ଗାନ୍ଧୀ ମଇଦାନକୁ ଚାରି ଦିନ ପାଇଁ ଅର୍ଥାତ୍ ୧୭ ନଭେମ୍ବରରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଥିଲେ।

 

Comments are closed.