Latest Odisha News

BREAKING NEWS

ସଂସଦରେ ଓଡ଼ିଆ ସାଂସଦଙ୍କ ଶପଥ ଗ୍ରହଣ: ସଂସ୍କୃତରେ ପ୍ରତାପ ଷଡଙ୍ଗୀ ଓ ସାନ୍ତାଳୀ ଭାଷାରେ ଶପଥ ନେଲେ ନବଚରଣ ମାଝୀ

ନୂଆଦିଲ୍ଲୀ: ଆଜି ସଂସଦରେ ଶପଥ ନେଲେ ଓଡ଼ିଆ ସାଂସଦ। ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର। ସଂସ୍କୃତ, ସାନ୍ତାଳୀ ଓ ଓଡ଼ିଆ ଭାଷାରେ ଶପଥ ନେଲେ ଓଡ଼ିଶା ସାଂସଦ। ଗତକାଲି କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ଲୋକସଭାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ।

ଏହାପରେ ଆଜି ଦ୍ୱିତୀୟ ଦିନରେ ବାକି ଥିବା ଓଡିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି। ଲୋକସଭାର ସଦସ୍ୟ ଭାବେ ସାନ୍ତାଳୀ ଭାଷାରେ ଶପଥ ନେଲେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ । ସେହିପରି ଲୋକସଭାର ସଦସ୍ୟ ଭାବେ ସଂସ୍କୃତରେ ଶପଥ ନେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ସଂସଦର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ କରାଇଲେ ଶପଥ ପାଠ ।

ସାଂସଦ ମାଳବିକା ଦେବୀ ଏବଂ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବାବେଳେ, ବାକି ସାଂସଦମାନେ ଓଡିଆରେ ଶପଥ ଗ୍ରହଣ କରିଥିଲେ। ବିଜେପି ଏଥର ୨୧ରୁ ୨୦ ଲୋକସଭା ଆସନ ଜିତିଛି। ଆଜି ବିଜେପିରୁ ୧୭ ଜଣ ଓଡିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି। ସେହିପରି ସାଂସଦ ମାଳବିକା ଦେବୀ ଏବଂ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବାବେଳେ, ବାକି ସାଂସଦମାନେ ଓଡିଆରେ ଶପଥ ଗ୍ରହଣ କରିଥିଲେ ।

Comments are closed.