Latest Odisha News

ଅଲଡା ହେଲା ସନ୍ତାନ, ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଚାନ୍ଦବାଲି: ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର। ଧାମରା ଥାନା କରଞ୍ଜମାଳ ପଞ୍ଚାୟତ ରାସ୍ତାକଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା। ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ରାସ୍ତା କଡରେ ଏକ ଶିଶୁ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ଏହା ଏକ ନବଜାତ ଶିଶୁ କନ୍ୟା ଜଣାପଡିଥିଲା ।

ଉଦ୍ଧାର ପରେ ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କାହିଁକି ଏହି ନବଜାତ ଶିଶୁକନ୍ୟାକୁ ରାସ୍ତା କଡରେ ଛାଡି ଦେଇଯାଇଛି ସେନେଇ କିଛି ସୂଚନା ମିଳିନି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Comments are closed.