ଶାହଜାହାନପୁର: ମାତ୍ର ୧୫ ଦିନର ଜଣେ ଶିଶୁକୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଛନ୍ତି । ତାହା ପୁଣି ମାଆ କୋଳରୁ । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଏହି ଘଟଣାଟି ୟୁପିର ଶାହାଜାହାନପୁରରେ ଘଟିଛି ।
ଶାହାଜାହାନପୁର ଜିଲ୍ଲା ଜଲାଲାବାଦ ଥାନା ଅନ୍ତର୍ଗତ ମଞ୍ଜା ଗ୍ରାମର ସୁନୀତା ଶନିବାର ଅପରାହ୍ନରେ ତାଙ୍କ ୧୫ ଦିନର ଝିଅ ପାଇଁ ଔଷଧ ଆଣିବା ପାଇଁ ଶାଶୂଙ୍କ ସହ ଡାକ୍ତରଖାନା ଯାଇଥିଲେ । ଡାକ୍ତରଖାନାରୁ ଔଷଧ ଆଣି ଗାଁକୁ ଫେରିବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ ଏବଂ ଇ-ରିକ୍ସା ନ ମିଳିବାରୁ ସେ ଚାଲି ଚାଲି ଗାଁକୁ ଯାଉଥିଲେ । ସେ ଏକ ନିର୍ଜନ ରାସ୍ତାରେ ପହଞ୍ଚିବା ପରେ ଏକ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ୧୫ ଦିନର ଶିଶୁକୁ କୋଳରୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ପୁଲିସ ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
Comments are closed.