ଭୁବନେଶ୍ୱର: ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ ଇଣ୍ଡିଆ ଭୁବନେଶ୍ଵର ଶାଖାରେ ଅନୁଷ୍ଠିତ ବୈଠକରେ ୨୦୨୬-୨୭ ବର୍ଷ ପାଇଁ ନୂତନ ପ୍ରାର୍ଥୀ ଚୟନ ହୋଇଛି । ନୂତନ ପ୍ରାର୍ଥୀ ଭାବେ ଅଧ୍ଯକ୍ଷ ସିଏ ଗୌତମ ଲେଙ୍କା, ଉପାଧ୍ଯକ୍ଷ ତଥା ଛାତ୍ର ସଂଗଠନ ଅଧ୍ଯକ୍ଷ ସିଏ ପୃଥ୍ବୀରଞ୍ଜନ ପାଢ଼ୀ, ସଚିବ ଏବଂ କୋଷାଧ୍ୟକ୍ଷ ସିଏ ସୌମ୍ୟ ସୁନୀଲ ସାହୁ, ପରିଚାଳନା କମିଟି ସଦସ୍ୟ ସିଏ ଗଗନ ବିହାରୀ ଦାସ, ସିଏ ଶାଶ୍ୱତ ତ୍ରିପାଠୀ, ସିଏ ପ୍ରଣବ କିଶୋର ଦାସ ଏବଂ ସିଏ ମହେନ୍ଦ୍ର କୁମାର ସାହୁ ମନୋନୀତ ହୋଇଛନ୍ତି । ନୂତନ ପରିଚାଳନା କମିଟି ସଦସ୍ୟମାନେ ଆଇସିଏଆଇର ସାମଗ୍ରିକ ଉନ୍ନତି ପାଇଁ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ନିର୍ବାହ କରିବା ତଥା ରାଷ୍ଟ୍ର ନିର୍ମାଣ ଦିଗରେ ସେମାନଙ୍କର ସର୍ବୋତ୍ତମ ପ୍ରୟାସ ଜାରି ରଖିବେ ବୋଲି ସଂକଳ୍ପ ନେଇଛନ୍ତି । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ସିଏ ଛାତ୍ରଛାତ୍ରୀ ଦେଶ ଗଠନ ପାଇଁ ଆଗାମୀ ଦିନରେ ନୂତନ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସୂଚନା ଦେଇଛନ୍ତି।
ନୂତନ ଭାବେ ଗଠିତ ହୋଇଥିବା କମିଟି ଚାର୍ଟାର୍ଡ ଆକାଉଣ୍ଟାନ୍ସିରର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ସହ ଏହାର ଉତ୍ତରାଧିକାରୀତ୍ଵରେ ଅଭିବୃଦ୍ଧି ଓ ବିକାଶ ଆଣିବା ଦିଗରେ ସାମୂହିକ ଭାବେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ସଦସ୍ୟମାନେ ସେମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ଵ ନିର୍ବାହ କରିବାରେ ସର୍ବୋତ୍ତମ ପ୍ରୟାସ ଜାରି ରଖିବାକୁ ସଂକଳ୍ପ ନେଇଥିଲେ। ବୃତ୍ତିଗତ ଉତ୍କର୍ଷତାର ଅର୍ଥପୂର୍ଣ୍ଣ ଅବଦାନ ରାଷ୍ଟ୍ର ନିର୍ମାଣକୁ ସୁଦୃଢ କରିପାରିବା ଉପରେ କମିଟିର ପଦକ୍ଷେପକୁ ସୁନିଶ୍ଚିତ କରାଯାଇଥିଲା।
ଏଠାରେ ଉଲ୍ଲେଖଯୋଗ୍ୟଯେ, ଭୁବନେଶ୍ଵର ଶାଖା ନିଜର ନୈତିକ ଅଭ୍ୟାସ ଓ ବୃତ୍ତିଗତ ଦକ୍ଷତାକୁ ପ୍ରୋତ୍ସାହିତ କରିବା ସହ ସଦସ୍ୟ ଓ ଅଂଶୀଦାରମାନଙ୍କୁ ସର୍ବଦା ସେବା ଯୋଗାଇଦେବାକୁ ପ୍ରତିବଦ୍ଧ ରହିଅଛି।