Latest Odisha News

BREAKING NEWS

ଦହିବରା ଖାଇବାର ଇଚ୍ଛା ଏକ ବଡ ବିପଦରୁ ବଞ୍ଚାଇ ଦେଲା

କଟକ: ଭଗବାନ ଯାହାକୁ ରଖିବେ ତାକୁ କିଏ ମାରିବ ? ଏହି କଥାର ସତ୍ୟତା ପୁଣି ଥରେ ପ୍ରମାଣିତ ହୋଇଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ।

୩/୪ ଦିନ ତଳେ କିଣିଥିଲେ ନୂଆ କାର । କାରରେ ବସି ତିନି ଜଣ ବ୍ୟକ୍ତି କଟକରୁ ବାଙ୍କି ଆସିଥିଲେ । ହେଲେ ସେମାନେ କାହିଁକି ଜାଣିବେ, ବାଟରେ ଏମିତି ଅଘଟଣ ଅପେକ୍ଷା କରିଛି  ବୋଲି ?  ବାଟରେ ସେମାନଙ୍କର ଦହିବରା ଖାଇବାକୁ ଇଚ୍ଛା ହେଲା । ହେଲେ ଏହି ଦହି ବରା ଖାଇବାର ଇଚ୍ଛା ତାଙ୍କୁ ଏକ ବଡ ବିପତ୍ତିରୁ ବଞ୍ଚାଇ ଦେଲା ।

ଜାତମୁଣ୍ଡିଆ ଗୋଲେଇ ଛକଠାରେ କାର ରଖି ଚାଳକଙ୍କ ସମେତ ତିନିଜଣ ଦହିବରା ଖାଇବାକୁ ଯାଇଥିଲେ । ସେମାନେ ଦହିବରା ଖାଉଛନ୍ତି । ଏହି ସମୟରେ କାରଟି ଆପେ ଆପେ ଗଡିବାକୁ ଲାଗିଲା । ସେମାନେ କିଛି ଦୂରରୁ ଦେଖୁଛନ୍ତି । କାରଟି ଗଡି ଗଡି ଶେଷରେ ଏକ  ୧୦ ଫୁଟର ଗାତରେ ଖସି ପଡିଥିଲା ।

ପ୍ରଥମେ ସେମାନେ କିଛି ବୁଝି ପାରି ନ ଥିଲେ । କାରଟି ଖସିପଡିବା ସମୟରେ କେହି ଭିତରେ ନ ଥିଲେ ତଥାପି ସେମାନେ  ଭୟଭୀତ ହୋଇ ଯାଇଥିଲେ । ତେବେ କାରଟି ଗଡାଣିଆ ଜାଗାରେ ଥିବାରୁ ଏପରି ଅଘଟଣା ଘଟିଥିଲା ।  ଯାହା ବି ହେଉ, କାରର କିଛି କ୍ଷତି ହୋଇନାହିଁ । କ୍ରେନ ସାହାଯ୍ୟରେ କାରକୁ ଉଠାଇବାକୁ ଚେଷ୍ଟା କରାଯାଉଛି ।

Leave A Reply

Your email address will not be published.