Latest Odisha News

BREAKING NEWS

ରାଜ୍ୟରେ ପୁଣି ୨୪ ଘଂଟାରେ ୪,୧୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟା ଭିତରେ ରାଜ୍ୟରେ ୪ ହଜାର ୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୪୫୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୭ ଶହ ୩୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଆକ୍ରାନ୍ତ ତାଲିକାରେ ପ୍ରଥରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ୭୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୁରୀରୁ ୨୬୫, ସୁନ୍ଦରଗଡ଼ରୁ ୨୦୧, ଯାଜପୁରରୁ ୧୮୭,  ମୟୂରଭଂଜରୁ ୧୭୪, କେନ୍ଦ୍ରାପଡ଼ାରୁ ୧୨୬, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୨୮, ବଲାଙ୍ଗୀରରୁ ୧୧୪, ସମ୍ବଲପୁରରୁ ୧୧୩, ଅନୁଗୁଳରୁ ୧୦୭, କଳାହାଣ୍ଡିରୁ ୧୦୫, ଜଗତସିଂହପୁରୁ ୧୦୪, ସୋନପୁରରୁ ୯୦, ନୂଆପଡ଼ାରୁ ୫୮, ଝରସୁଗୁଡ଼ାରୁ ୮୪, ନୟାଗଡ଼ରୁ ୮୨, ବୌଦ୍ଧରୁ ୭୭, ନବରଙ୍ଗପୁରରୁ ୭୫,  କନ୍ଧମାଳରୁ ୭୪, ମାଲକାନଗିରିରୁ ୭୨, କୋରପୁଟରୁ ୬୩, ଢ଼େଙ୍କାନାଳରୁ ୫୪, ଗଂଜାମରୁ ୩୫, ଭଦ୍ରକରୁ ୩୪, କେନ୍ଦୁଝରରୁ ୩୩, ରାୟଗଡ଼ରୁ ୨୯, ଦେଓଗଡ଼ରୁ ୧୨, ଢ଼େଙ୍କାନାଳରୁ ୧୨, ଗଜପତିରୁ ୨, ଷ୍ଟେଟ ପୋଲରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୮୮ ହଜାର ୩୧୧ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୪୯ହଜାର ୩୭୯ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ୩୮ ହଜାର ୧୫୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Leave A Reply

Your email address will not be published.