Latest Odisha News

BREAKING NEWS

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ନିକଟରେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଥିବା ଡି-୭ ବଗିରେ ନିଆଁ ଲାଗିଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ରାଉରକେଲା ରେଲୱେ ଷ୍ଟେସନଠାରୁ ଅଳ୍ପ ଦୂରରେ ଥିବା ତିଲକାନଗର ନିକଟରେ ଟ୍ରେନରେ ଏହି ଅଗ୍ନିକାଣ୍ଡ ଘଟିଥିବାର ଜଣାପଡ଼ିଥିଲା । ତେବେ ଯାହାବି ହେଉ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ।

ରେଲୱେ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସଦ୍ୟତମ ସୂଚନାନୁସାରେ ଏହି ନିଆଁ ଲାଗିଯିବା ଖବର ପାଇବା ମାତ୍ରେ ରେଳବାଇ କର୍ମଚାରୀମାନେ ବଗିରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇଦେଇ ନିଆଁ ଲିଭାଇଥିଲେ । ତେବେ ବଗିଟିକୁ ଅଲଗା କରିବା ପରେ ଟ୍ରେନଟି ପୁଣି ଗନ୍ତବ୍ୟସ୍ଥଳୀକୁ ଗମନ କରିବ ବୋଲି ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.