Latest Odisha News

ବଜାରକୁ ଆସିଲା କିବୋର୍ଡ଼ ଜ୍ୟାକେଟ୍‌, ଏହାର ମୂଲ୍ୟ ଜାଣିଲେ ହୋସ ଉଡ଼ିଯିବ

ଆପଣ ବିଭିନ୍ନ ପ୍ରକାରର ଜ୍ୟାକେଟ ଦେଖିଥିବେ । ସେ ଦାମୀ ହେଉ ବା ଶସ୍ତା । କିନ୍ତୁ ଆଜିକାଲି ଏକ ଜ୍ୟାକେଟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛି । ଏହି ଜ୍ୟାକେଟ୍‌ଟି ଦେଖିବାକୁ ଠିକ୍ କମ୍ପ୍ୟୁଟର କିବୋର୍ଡ୍ ପରି । ଏଥିରେ କିବୋର୍ଡ୍ ପରି ବଟନ୍ ସବୁ ରହିଛି । କିନ୍ତୁ ଏହାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ।

ଆଜିକାଲି ଫ୍ୟାଶନ କମ୍ପାନୀଗୁଡିକ ଅଜବ ଅଜବ ପୋଷାକ ତିଆରି କରୁଛନ୍ତି । ଯେତେବେଳେ ଲୋକେ ଏହି ପୋଷାକକୁ ପରିଧାନ କରନ୍ତି, ସେତେବେଳେ ସେହି ପୋଷାକର ଚର୍ଚ୍ଚା ଆରମ୍ଭ ହୋଇଯାଏ । ନିକଟରେ ଏକ ଜ୍ୟାକେଟ୍ ବହୁତ ଲୋକପ୍ରିୟ ହୋଇପାରିଛି, ଯେଉଁଥିରେ ବଟନ୍ ଗୁଡିକ କମ୍ପ୍ୟୁଟର କିବୋର୍ଡ୍ ପରି ତିଆରି ହୋଇଛି । ଏହି ବଟନ୍‌ଗୁଡିକୁ ଦେଖିଲେ, ଏହା ପ୍ରକୃତ ଏକ କିବୋର୍ଡ ବୋଲି ଆପଣ ଅନୁଭବ କରିବେ । କିନ୍ତୁ ଏହାର ମୂଲ୍ୟ ଜାଣିଲେ ଆପଣ ଅଧିକ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଅଦ୍ଭୁତ ଜ୍ୟାକେଟ ବଜାରକୁ ଆସିଛି ।

ଲିମିନାଲ୍ ୱାର୍କ ସପ୍ ନାମକ ଏକ ପୋଷାକ କମ୍ପାନୀ ଏହି ଜ୍ୟାକେଟ୍ ତିଆରି କରିଛି । ଏହା ଏକ ବଫର ଜ୍ୟାକେଟ୍ , ଏହାର ବଟନ୍ ତଳେ ପାଉଚ୍ ତିଆରି କରାଯାଇଛି, ଯେଉଁଥିରେ ଜିନିଷପତ୍ର ଆରାମ୍‌ସେ ରଖାଯାଇପାରିବ । ଏହା ଜଳ ପ୍ରତିରୋଧକ ନାଇଲନରେ ତିଆରି ହୋଇଥିବା ବେଳେ ଏହାର ରଙ୍ଗ କଳା ଓ ଧୂସର ରଙ୍ଗର । କଳା ଏବଂ ଧୂସର ରଙ୍ଗର ଜ୍ୟାକେଟର ମୂଲ୍ୟ ହେଉଛି ପ୍ରାୟ ୫୦ ହଜାର ଟଙ୍କା । ସେହିପରି ଧଳା ରଙ୍ଗର ଜ୍ୟାକେଟର ମୂଲ୍ୟ ୨୨ ହଜାର ଟଙ୍କା ରହିଛି ।

ଏହି କମ୍ପାନୀ ତାର ଇନଷ୍ଟାଗ୍ରାମରେ ଏହି ଜ୍ୟାକେଟର ଫଟୋ ସେୟାର କରିଛି । ଫଟୋରେ ଜଣେ ମହିଳା ଏହି ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋକୁ ଦେଖିବା ପରେ ଅନେକ ଲୋକ ଜ୍ୟାକେଟକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଅନେକ ପଚାରିଥିଲେ, ସମସ୍ତ ବଟନ୍ ତଳେ ପକେଟ୍ ଅଛି କି ନାହିଁ ? ଏହାର ଜବାବରେ କମ୍ପାନୀ କହିଛି ଯେ କେବଳ ଦୁଇଟି ବଟନ୍ ତଳେ ପକେଟ୍ ରହିଛି ।

Comments are closed.