Latest Odisha News

BREAKING NEWS

ଲୋକାର୍ପିତ ହେଲା “ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍

ଭୁବନେଶ୍ୱର: ଲୋକାର୍ପିତ ହେଲା ଓଡ଼ିଆ ଫିଲ୍ମ”ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ । ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକର ମିଳିତ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ନାୟକ ଭୂମିକାରେ ଅଭିଷେକ ରଥ ଏବଂ ନାୟିକା ଚୁଲବୁଲି ଅଛନ୍ତି । ତାଙ୍କ ସହିତ ଅନ୍ୟାନ୍ୟ ଚରିତ୍ରରେ ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ନୀଳମଣି ସାହୁ ଓ ସୁମନ ମହାରଣା ଅଛନ୍ତି । ଏହି ନୂଆ ଓଡିଆ ଫିଲ୍ମର ଟ୍ୟାଗ ଲାଇନ୍ ରହିଛି”ଭିଡ଼ ଭିତରୁ ଅଲଗା, କିଛି ନିଆରା’ ।

ଏହାର ଫାଷ୍ଟ ଲୁକ୍ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଲୋକାର୍ପିତ ହୋଇଯାଇଛି । ଏଥିରେ ଏକାଧାରରେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିବା ଆଗ ଧାଡ଼ିର ଗୀତିକାର ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମ, ଚିତ୍ର ଗ୍ରହଣ, ସମ୍ପାଦନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ରବିନ୍ଦ୍ର କୁମାର ପ୍ରଧାନ, ପ୍ରଯୋଜକ ଉଦୟ ଶଙ୍କର ସେଠୀ, ସହ ପ୍ରଯୋଜକ ସଞ୍ଜୟ କୁମାର ରାଉତ, ଅଭିନେତା ଶ୍ରୀତମ ଦାସ, ନୀଳମଣି ସାହୁ, ଅଭିନେତ୍ରୀ ଚୁଲବୁଲି ଙ୍କ ସମେତ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.