Latest Odisha News

BREAKING NEWS

ଜାନୁଆରୀ ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍

ଭୁବନେଶ୍ବର : ଜାନୁଆରୀ ମାସ ପାଇଁ ଜାରି ହେଲା ଗାଇଡଲାଇନ୍ । ଓମିକ୍ରନ ସଂକ୍ରମଣକୁ ନଜରରେ ରଖି ଏଥର ଗାଇଡଲାଇନରେ କିଛିଟା ପରିବର୍ତ୍ତନ କରିଛନ୍ତି । ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଏହାସହ ସକାଳ ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ଗାଇଡଲାଇନରେ କୁହାଯାଇଛି ।

ନୂଆ ଗାଇଡଲାଇନ୍ ଅନୁସାରେ, ଜାନୁଆରୀ ମାସରେ କୌଣସି ସ୍ଥାନରେ ହୋଇପାରିବନି ପିକନିନ୍ । ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ପିକନିକ୍ ସ୍ପଟରେ ପିକନିକ୍ ହୋଇପାରିବ ନାହିଁ । ସେହିପରି ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶ ହୋଇପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର । ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନକୁ ମଧ୍ୟ ବାରଣ କରାଯାଇଛି । ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ ।

ସେହିପରି ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇଛି । ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଆୟୋଜନ ହୋଇପାରିବ । ଏହାସହ ସିନେମା ହଲ୍ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଚଲାଇବାକୁ ଅନୁମତି ଦିଆଯାଇଛି । ପ୍ରଦର୍ଶନୀ, ବାଣିଜ୍ୟ ମେଳା ଓ ମେଳାକୁ ବାରଣ କରାଯାଇଛି । ନୂଆବର୍ଷ ପାଇଁ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇ ଥିବା ବେଳେ, ଭୋଜିଭାତକୁ ମଧ୍ୟ ମନା କରାଯାଇଛି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

Comments are closed.