Latest Odisha News

BREAKING NEWS

ନୂତନ ଏନସିଏରେ ଅଲିମ୍ପିଆନମାନେ କରିପାରିବେ ଅଭ୍ୟାସ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଆଥଲେଟମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ଜୟ ଶାହ ଏକ ବଡ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ନୂତନ ଜାତୀୟ କ୍ରିକେଟ ଏକାଡେମୀର ନିର୍ମାଣ କାର୍ଯ୍ୟ ଶେଷ ହେବ । ଏଥିରେ କ୍ରିକେଟର୍ସଙ୍କ ବ୍ୟତୀତ ଅଲିମ୍ପିଆନମାନେ ମଧ୍ୟ ଅଭ୍ୟାସ କରିପାରିବେ । ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ପିଚ ଓ ୪୫ ଇଣ୍ଡୋର ଟର୍ଫ ରହିବ । ନୀରଜ ଚୋପ୍ରାଙ୍କ ପରି ଅଲିମ୍ପିକ ପଦକ ବିଜେତା ଏଥିରେ ଅଭ୍ୟାସ କରିପାରିବେ ବୋଲି ଶାହ କହିଛନ୍ତି । କେବଳ କ୍ରିକେଟ ନୁହେଁ ଆମେ ଅନ୍ୟ ଖେଳର ଉନ୍ନତି ପାଇଁ ଉଦ୍ୟମ କରିଛୁ ।

ନୀରଜ ମଧ୍ୟ ଆମକୁ ଏ ସମ୍ପର୍କରେ ଅନୁରୋଧ କରିଥିଲେ । ଆମେ ତାଙ୍କ କଥା ରଖିଛୁ ବୋଲି ଶାହ କହିଛନ୍ତି । ଏନସିଏରେ ପ୍ରାୟ ସମସ୍ତ ପ୍ରକାରର ପିଚ ପ୍ରସ୍ତୁତ କରାଯାଇଛି । ଭାରତୀୟ ଟିମ ବିଦେଶ ଗସ୍ତରେ ଯିବା ପୂର୍ବରୁ ଏହି ସବୁ ପିଚରେ ଅଭ୍ୟାସ କରିପାରିବେ । ଏନସିଏ ଆଗାମୀ ଦିନରେ ଭାରତୀୟ କ୍ରୀଡା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ଶାହ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.