Latest Odisha News

ଆଗକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ପାରିକରିବେ ଭୋଳାଶଙ୍କର ୨’ : ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଆଗକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ପାରିକରିବେ ଭୋଳାଶଙ୍କର ୨’ । ଏହି ଫିଲ୍ମରେ ଲିପିକା ସେନାପତି ନାୟିକା ଭୂମିକାରେ ଅଭିନୟ କରୁଥିବାବେଳେ ନାୟକ ଭୂମିକାରେ ଅଛନ୍ତି ଅଭିନେତା ରାକେଶ ଦେଓ । ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜନାରେ ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ଫିଲ୍ମ ର ମନଛୁଆଁ ଗୀତଗୁଡିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢୀ, ସତ୍ୟଜିତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ପାଢୀ ।

ଜୀ-ସାର୍ଥକ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜୀ ସାର୍ଥକ ଚ୍ୟାନେଲର ଚିଫ୍ ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ରଙ୍କ ସମେତ ଫିଲ୍ମର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ , ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଗୀତିକାର ନିର୍ମଳ ନାୟକ, ଅଭିନେତା ରାକେଶ ଦେଓ, ଅଭିନେତ୍ରୀ ଲିପିକା ସେନାପତି, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.