Latest Odisha News

ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ପ୍ରିୟେ, ତୁ ମୋ ସିଏ ‘ : ପ୍ରଥମ ଥର ଅମ୍ଳାନ-ଏଲିନା ଯୋଡ଼ି

ଭୁବନେଶ୍ୱର : ପ୍ରେମ କେତେବେଳେ , କେଉଁଠି, କେମିତି ହୋଇଯାଏ ତାହା ସମସ୍ତଙ୍କୁ ଅଜଣା । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ହୋଇ ଗରୀବ ପୁଅକୁ ଦିଲ୍ ରେ ଜାଗା ଦେଇଛି ଜମିଦାରୀ ଝିଅ । ଏମିତି କାହିଁକି ହେଲା ? କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ କାହାଣୀର ନିଛକ ଛବି । ପ୍ରେମ-ପ୍ରତିଶୃତି-ପାଗଳପଣର ପ୍ରତିମୂର୍ତ୍ତୀ । ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚରସ , ଯାହାର ଟାଇଟଲ ରହିଛି ‘ପ୍ରିୟେ ତୁ ମୋ ସିଏ’ ।

ଏହି ଫିଲ୍ମ ଜରିଆରେ ପ୍ରଥମଥର ପାଇଁ ପରଦାକୁ ଆସୁଛନ୍ତି ଅମ୍ଳାନ – ଏଲିନା ଯୋଡି । ଲଭ କେମେଷ୍ଟ୍ରୀକୁ ନେଇ ନୂଆ ଏକ୍ସପେରିମେଣ୍ଟ କରାଯାଇଛି ଏହି ଫିଲ୍ମରେ, ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିବ । ଅନେକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବେ ଦର୍ଶକ ।
ଫିଲ୍ମର କାହାହାଣୀରେ ଭରି ରହିଛି ଓଡିଆ ଛୁଙ୍କ । ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀ ରଚନା କରିଛନ୍ତି ଜଣାଶୁଣା ଲେଖକ ଶରଣାବିନ୍ଦ ଓଝା । ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ । ଫିଲ୍ମରେ ଅମ୍ଳାନ,ଏଲିନା,ବବି ମିଶ୍ର, ଭୁପତି, ଅସୀତ ପତି, ସୋମା ଭୌମିକ, ଛନ୍ଦିତା ପାଢୀ, ଗୁଡ୍ଡୁ ପ୍ରମୁଖ ଅଭିନୟ କରିଛନ୍ତି । ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ବେଶ୍ ଆକୃଷ୍ଟ କରିବ ବୋଲି ପ୍ରଡକସନ ଟିମ ଆଶା କରିଛିି । ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ବାରିପଦାରେ ସୁଟିଂ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି ।

ନିକଟରେ ଏହି ଫିଲ୍ମର ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ , ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ,ଅଭିନେତା ଅମ୍ଳାନ,ବବି ମିଶ୍ର,ଅସୀତ ପତି,ଏଲିନା ସାମନ୍ତରାୟ,ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ,କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ସତ୍ୟଜିତ୍ ପ୍ରଧାନ,ସୁଭାଶିଷ ସାହୁ, କୁଲଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.