Latest Odisha News

BREAKING NEWS

ରିଲିଜ୍ ହେଲା ‘ପ୍ରିୟେ ତୁମୋ ସିଏ’: ପ୍ରଥମ ଥର ନଜର ଆସିଲେ ଅମ୍ଲାନ ଏଲିନା ଯୋଡି

ଭୁବନେଶ୍ୱର: ପ୍ରେମ କେଉଁଠି, କେମିତି, କେତେବେଳେ.. ହୋଇଯାଏ କେହି ଜାଣନ୍ତି ନାହିଁ । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ କାହାଣୀର, ନିଛକ ଛବି । ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀକୁ ନେଇ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’ । ଝିଲିକ ମୋସନ ପିକଚର ବ୍ୟାନରରେ ନିର୍ମିତ ଏହି ଫିଲ୍ମ ସାରା ଓଡ଼ିଶାର ୩୫ଟି ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି । ପ୍ରଥମଥର ପାଇଁ ପରଦାରେ ଏକାଠି ନଜର ଆସିଛନ୍ତି ସୁପରଷ୍ଟାର ଅମ୍ଲାନ ଓ ଚୁଲବୁଲି ନାୟିକା ଏଲିନା । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏଥିରେ ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ୱ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି ।

ଏହି ଫିଲ୍ମରେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା । ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦନାଥ ଦାସ । ଫିଲ୍ମରେ ମୁଖ୍ୟ ଚରିତ୍ରମାନଙ୍କ ବ୍ୟତୀତ ଅଭିଷେକ ଗିରି, ଭୂପତି ତ୍ରିପାଠୀ, ଗୁଡୁ, ରମେଶ ରାଉତ, ଚୌଧୁରୀ ଜୟପ୍ରକାଶ ଦାସ, ନିଜେ ନିର୍ଦ୍ଦେଶକ ସୁଧାଶୁଂ ସାହୁ, ଅଭିନେତ୍ରୀ ସୋମା ଭୌମିକ, ଛନ୍ଦିତା ପାଢୀ ଓ ଇଷା ବେବର୍ତ୍ତା ଅଭିନୟ କରିଛନ୍ତି । ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ହୋଇଛି ।

ଭୁବନେଶ୍ୱରସ୍ଥିତ ସ୍ୱାତି ସିନେପ୍ଲେକ୍ସରେ ଏହି ଫିଲ୍ମର ପ୍ରିମିୟର ଶୋ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଜୀଙ୍କ ସମେତ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଅଭିନେତା ଅମ୍ଲାନ ଦାସ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ବବି ମିଶ୍ର, ଭୂପତି ତ୍ରିପାଠୀ, ଅଭିଷେକ ଗିରି, ଗୁଡ୍ଡୁ , କ୍ରିଏଟିଭ୍ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.