Latest Odisha News

BREAKING NEWS

ଏପ୍ରିଲ ୭ରେ ମୁକ୍ତିଲାଭ କରିବ “ଡେଲିଭରୀ ବୟ’

ଭୁବନେଶ୍ୱର: ନୂଆ ଓଡିଆ ଚଳଚ୍ଚିତ୍ର “ଡେଲିଭରୀ ବୟ’ ଏପ୍ରିଲ ୭ରେ ମୁକ୍ତିଲାଭ କରିବ । ଏହାର ଟ୍ରେଲର ରିଲିଜ୍ ହେବା ପରେ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା । ଏହି ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଚାଇବା ଡେଲିଭରୀ ଭୟର ଦାୟିତ୍ୱ । କିନ୍ତୁ ନିଜର ଦାୟିତ୍ୱ ନିଭାଇବା ପାଇଁ ଡେଲିଭରୀ ଭୟ ସାମ୍ନା କରୁଥିବା ଅନେକ ଅକୁହା କଥାକୁ ନେଇ କାହାଣୀର ପରିକଳ୍ପନା କରାଯାଇଛି । ଇନଫିସନ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜିତ ଏହି ଫିଲ୍ମ ଜଣେ ଡେଲଭରୀ ବୟର ଜୀବନକୁ ନେଇ ନିର୍ମାଣ ହୋଇଛି ।

ଜେ .ଆର.ଏମ୍ ଏହାର ପ୍ରଯୋଜନା କରିଥିବାବେଳେ ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସହ ଅଶ୍ୱିନୀ ତ୍ରିପାଠୀ । ଏଥିରେ ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍‌ମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍‌, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି । ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି ବୋଲି କହିଛନ୍ତି କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ ।

Leave A Reply

Your email address will not be published.