Latest Odisha News

BREAKING NEWS

ପାକିସ୍ତାନର ନିର୍ବାଚନ ମୈଦାନରେ ମୁମ୍ୱାଇ ଆକ୍ରମଣ ମାଷ୍ଟରମାଇଣ୍ଡର ନୂଆ ଦଳ

ଇସଲାମାବାଦ: ଆସନ୍ତା ଫେବ୍ରୁଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ । ତେବେ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ହାଫିଜ୍ ସୟଦର ଦଳ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି। ମରକଜି ମୁସଲିମ୍ ଲିଗ୍ ନାମକ ନୂଆ ଦଳ ଏଥର ନିର୍ବାଚନରେ ଭାଗନେବ। ତେବେ ଭାରତ ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ର ହାଫିଜ୍ ସୟଦ ଉପରେ ଲଗାଇଥିବା ପ୍ରତିବନ୍ଧକରୁ ବର୍ତ୍ତିବା ଲାଗି ସେ ନୂଆ ଦଳ ପ୍ରତିଷ୍ଠା କରିଥିବା କୁହାଯାଉଛି ।

ମରକଜି ମୁସଲିମ୍ ଲିଗ୍ ପାକିସ୍ତାନର ବିଭିନ୍ନ ଆସନରେ ପ୍ରାର୍ଥୀ ଦେଇଛି । ପୂର୍ବରୁ ପ୍ରତିବନ୍ଧିତ ଲସ୍କର ଏ ତୋଏବା, ଜମାତ ଉଦ୍ ଦାବା ଏବଂ ମିଲ୍ଲି ମୁସଲିମ୍ ଲିଗ୍ ସହ ଜଡ଼ିତ ଥିଲେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଲାହୋରର ଏକ ଜେଲରେ ଅଛି ହାଫିଜ୍ ସୟଦ । ପାକିସ୍ତାନର ଆତଙ୍କବାଦୀ ବିରୋଧୀ ଅଦାଲତ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।
ଏହି ସମୟରେ ନୂଆ ଦଳ ମରକଜି ମୁସଲିମ୍ ଲିଗ୍ ଜେୟୁଡିର ନୂଆ ରାଜନୈତିକ ଚେହେରା ହୋଇଛି । ତେବେ ଦଳର ମୁଖପାତ୍ର ହାଫିଜର ସଂଗଠନ ସହ କୌଣସି ବି ସମ୍ପର୍କ ନଥିବା କହିଛନ୍ତି। ତେବେ ଚଳିତ ନିର୍ବାଚନରେ ହାଫିଜ୍ ସଇଦର ପୁଅ ହାଫିଜ୍ ତଲ୍ହା ସଇଦ୍, ମରକଜି ମୁସଲିମ୍ ଲିଗ୍ ପକ୍ଷରୁ ନିର୍ବାଚନରେ ପ୍ରାର୍ଥୀ ହୋଇଛି । ଲାହୋରର ନିର୍ବାଚନ କ୍ଷେତ୍ର ଏନ୍ଏ-୨୨ରୁ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛି ।

Leave A Reply

Your email address will not be published.