ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ ସାଧାରଣ ବୈଠକ ସେପ୍ଟମ୍ବର ୨୮ରେ ଆୟୋଜିତ ହେବ । ଏହି ବୈଠକରେ ବିସିସିଆଇର ନୂତନ ସଭାପତି ଓ ଇଣ୍ଡିଆନ ପ୍ରିମିୟର ଲିଗ ଅଧ୍ୟକ୍ଷ ଚୟନ କରାଯିବ । ପୂର୍ବ ଭାରତୀୟ କ୍ରିକେଟର ରୋଜର ବିନ୍ନୀଙ୍କ ଇସ୍ତଫା ପରେ ବିସିସିଆଇ ଅଧ୍ୟକ୍ଷ ପଦ ଖାଲି ରହିଛି । ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୂମାଲଙ୍କ ୬ ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ ହେଉଥିବାରୁ ତାଙ୍କୁ ଅନିବାର୍ଯ୍ୟ ବ୍ରେକ ଦିଆଯାଇପାରେ । ବିସିସିଆଇର ଅନ୍ୟ ସମସ୍ତ ପ୍ରମୂଖ ପଦ ପାଇଁ ନିର୍ବାଚନ ହେବ । ତେବେ ସଭାପତିଙ୍କ ବ୍ୟତୀତ ଅନ୍ୟ ପଦରେ ବଡ ଧରଣର ପରିବର୍ତନ ହେବା ସମ୍ଭାବନା କ୍ଷୀଣ ରହିଛି ।
ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ଦେବଜିତ ସାଇକିଆ ସର୍ବସମ୍ମତି କ୍ରମେ ବିସିସିଆଇ ସେକ୍ରେଟାରୀ ହୋଇଥିଲେ । ୭୦ ବର୍ଷୀୟ ବିନ୍ନୀ ଏହି ବୈଠକ ପର୍ଯ୍ୟନ୍ତ ବିସିସିଆଇ ଅଧ୍ୟକ୍ଷ ପଦରେ ରହିବେ । ସେ ଅକ୍ଟୋବର ୨୦୨୨ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଥିଲେ । ତେବେ ସେ ହଠାତ କାହିଁକି ତାଙ୍କ ପଦ ଛାଡିଲେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ ।
Comments are closed.