Latest Odisha News

BREAKING NEWS

ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କ ପାଇଁ ନୂତନ ଆବାସିକ ଗୃହ ଉଦଘାଟିତ

ପୁରୀ: ପୁରୀ ନରେନ୍ଦ୍ର କୋଣ ସ୍ଥିତ ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ବହୁତଳ ଆବାସିକ ଗୃହର ଉଦଘାଟନ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା । ଏହି ବହୁତଳ ବିଶିଷ୍ଟ ଆବାସିକ ଗୃହ ଟି ଅନ୍ତେବାସୀ ମାନଙ୍କୁ ସୁରକ୍ଷା ଓ ଆନନ୍ଦ ଦେବା ସହ ସେମାନଙ୍କୁ ଶିକ୍ଷା ପାଇଁ ମନୋନିବେଶରେ ବେଶ ସହାୟକ ହେବ ବୋଲି ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡା ଆଶା ବ୍ୟକ୍ତ କରିଛନ୍ତି ।

ତେବେ ଜି +୩ର ଏହି ବିଲ୍ଡିଂ ରେ ୧୦୦ ପିଲା ରହିବାର ବ୍ୟବସ୍ଥା ରହିଛି । ବିଲ୍ଡିଂ ନିର୍ମାଣ ରେ ୩ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ୩୭ ଲକ୍ଷ ଏହିଭଳି ମୋଟ ୪ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ମହିଳା ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ ରଞ୍ଜନ ରଥ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ବାଳାଶ୍ରମର ଅଧିକ୍ଷକ ସାରଙ୍ଗ ମହାପାତ୍ର, ଶିଶୁ କଲ୍ୟାଣ କମିଟିର ସଦସ୍ୟଙ୍କ ସହିତ ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା ଓ ବାଳାଶ୍ରମର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.