Latest Odisha News

BREAKING NEWS

ରିଜର୍ଭ ବ୍ୟାଙ୍କ ଜାରୀ କରିବ ୧୦୦ ଟଙ୍କାର ନୂଆ ରୂପ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୧୦୦ ଟଙ୍କାର ନୂଆ ରୂପ ଜାରୀ କରିବାକୁ ଯାଉଛି । ପ୍ରଥମେ ଏହାକୁ ପରୀକ୍ଷଣ ଭାବେ ବଜାରକୁ ଛଡାଯିବ । ଯଦି ଏହା ଆଦୃତ ହୁଏ ତାହେଲେ ଅଧିକ ମାତ୍ରାରେ ଛଡାଯିବ । ବାର୍ଣ୍ଣିସ କୋଟେଡ ଏହି ନୋଟ ଅଧିକ ଦିନ ସ୍ଥାୟୀ ରହିବ । ଏହା ପାଣିରେ ସହଜରେ ଓଦା କିମ୍ବା ଚିରିଯିବ ନାହିଁ ।

ପ୍ରତିବର୍ଷ ରିଜର୍ଭ ବ୍ୟାଙ୍କକୁ ନଷ୍ଟ ହୋଇଯାଇଥିବା ଟଙ୍କାକୁ ବଦଳାଇବାକୁ ପଡୁଛି । ଅନ୍ୟ ଦେଶ ଏଥିପାଇଁ ପ୍ଲାଷ୍ଟିକ ନୋଟ ବ୍ୟବହାର କରୁଛନ୍ତି । ଦୃଷ୍ଟିହୀନ ବ୍ୟକ୍ତିମାନେ ସହଜରେ ଏହାକୁ ଚିହ୍ନି ପାରିବେ । ନୋଟର ଡିଜାଇନରେ ସେଭଳି କିଛି ପରିବର୍ତନ କରାଯାଇ ନ ଥିଲେ ମଧ୍ୟ ଏହା କିପରି ଅଧିକ ଦିନ ସ୍ଥାୟୀ ରହିବ ସେଥିପାଇଁ ଉଦ୍ୟମ କରାଯାଇଛି ।

Leave A Reply

Your email address will not be published.