Latest Odisha News

BREAKING NEWS

ଆଜିଠୁ ଜଗା ଦର୍ଶନ ଲାଗି ନୂଆ ଏସଓପି

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଏସଓପି ଅନୁସାରେ, ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବାର ଭକ୍ତମାନେ ସୁଯୋଗ ପାଇବେ । ମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ଏହି ନୂଆ ଏସଓପି ଆଜିଠାରୁ ଲାଗୁ ହେବ ।

BjdElectrycity

ଶ୍ରୀମନ୍ଦିରରେ ନୂଆବର୍ଷରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ଏହି ଭିଡ଼କୁ ଦୃଷ୍ଟିରେ ରଖି ଡ଼ିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ ଜଗା ଦର୍ଶନ ବନ୍ଦ ରହିବ । ଏହାସହ ପୂର୍ବଭଳି ପ୍ରତି ରବିବାର ସାଧାରଣ ଲୋକଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତି ବନକଲାଗି ଓ ପଇତାଲାଗି ସମୟରେ ବି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ବନକଲାଗି କିମ୍ବା ପଇତାଲାଗି ନୀତିବେଳେ ଜୟବିଜୟ ଦ୍ୱାର ଓ ବେହରଣ ଦ୍ୱାର ବନ୍ଦ ରହୁଥିବାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେନି ।

Leave A Reply

Your email address will not be published.