ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । କୌଣସି ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ନାହିଁ । ସାନିଟାଇଜ୍ ପାଇଁ ଶ୍ରୀମନ୍ଦିରକୁ ପ୍ରତି ରବିବାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସପ୍ତାହରେ ଦୁଇ ଥର ରାତିରେ ମନ୍ଦିର ବନ୍ଦ ପରେ ସାନିଟାଇଜ କରାଯିବ ।
ରବିବାର ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ସକାଳ ୬ଟାରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିରରେ କୋଭିଡ୍ ଗାଇଡଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଗତ ୨୩ ତାରିଖରେ ବସିଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରକୁ ସାନିଟାଇଜ୍ କରିବା ପାଇଁ ରବିବାର ବନ୍ଦ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା ।
Comments are closed.