Latest Odisha News

BREAKING NEWS

ଗଭୀର ସମୁଦ୍ରରୁ ଅଦ୍ଭୁଦ ଜୀବ ଠାବ, ବୈଜ୍ଞାନିକମାନେ ନାଁ ରଖିଲେ ମେଲାନୋଷ୍ଟୋମିୟସ୍ ଡ଼ିଓ

ବ୍ରାଜିଲ: ଦୁନିଆରେ ଅନେକ ପ୍ରକାରର ଜୀବ ଅଛନ୍ତି । କିଏ ମାଟି ତଳେ ତ ଆଉ କିଏ ଗଭୀର ସମୁଦ୍ର ଭିତରେ କିମ୍ବା ଘଞ୍ଚ ଜଙ୍ଗଲରେ ବାସ କରିଥାନ୍ତି । ଅନେକ ବୈଜ୍ଞାନିକ ନୂତନ ଜୀବଙ୍କ ସନ୍ଧାନରେ ନିୟୋଜିତ ରହିଥାନ୍ତି । ଏପରି ଜାଗାରେ ଜୀବଜନ୍ତୁ ଠାବ କରନ୍ତି, ଯେଉଁଠାରେ ମଣିଷ ଏପର୍ଯ୍ୟନ୍ତ ପହଞ୍ଚିି ପାରି ନାହିଁ । କିନ୍ତୁ ବ୍ରାଜିଲର ଜଣେ ବ୍ୟକ୍ତି ଗଭୀର ସମୁଦ୍ରରୁ ପରି ଏକ ପ୍ରଜାତି ଜୀବ ଠାବ କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଅଦ୍ଭୁତ ଜୀବ ବ୍ରାଜିଲର ଫର୍ନାଣ୍ଡୋ ଡି ନୋରୋନ୍‌ହା ଦ୍ୱୀପରୁ ଧରିଥିଲେ । ଏହି ଜୀବ ବିଷୟରେ କୌଣସି ବୈଜ୍ଞାନିକ କିଛି ବି ସୂଚନା ପାଇ ନାହାନ୍ତି । ଡ୍ରାଗନ ଫିସ୍ ପ୍ରଜାତିର ଏହି ନୂତନ ଜୀବର ଦାନ୍ତ ଛୁରୀ ଅପେକ୍ଷା ତୀକ୍ଷ୍ଣ । ଆହୁରି ମଧ୍ୟ, ଏହାର ଶରୀର ମଧ୍ୟ ବହୁତ ଚିକ୍‌ଣ । ଦୂରରୁ ଏହା କୌଣସି ଧାତୁରେ ତିଆରି ପରି ଦେଖାଯାଉଛି । ଏହି ଜୀବର କପାଳରେ ଶିଙ୍ଗ ମଧ୍ୟ ରହିଛି । ଏହି କାରଣରୁ, ଯେତେବେଳେ ଏହାର ନାମକରଣ ହେଲା, ଏହାର ବୈଶିଷ୍ଟ୍ୟଗୁଡିକ ଧ୍ୟାନରେ ରଖି ଦିଆଗଲା । ଏହାକୁ ଯିଏ ଦେଖିବ ଭୟଭୀତ ହୋଇପଡ଼ିବ ।

ଏହି ଜୀବ ଉଦ୍ଧାର ପରେ ଅନେକ ଅନୁସନ୍ଧାନ ଚଳାଇଲେ । ଏହି ଅଧ୍ୟୟନର ମୁଖ୍ୟ ଲେଖକ ବାର୍ବାରା ୱିଲିନ୍ସ କହିଛନ୍ତି ଯେ, ଆଞ୍ଚେଲେଫିସ୍ ପରି ଏହି ଡ୍ରାଗନ ଫିସର ଶରୀରରେ ଏପରି ରାସାୟନିକ ପଦାର୍ଥ ଥାଏ, ଯାହା ଶରୀରକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ଏହା ଶିକାରକୁ ନିଜ ଆଡକୁ ଆକର୍ଷିତ କରିଥାଏ ଏବଂ ଏହାର ନିକଟତର ହୁଏ । ଯେହେତୁ ଏହାର ଆକୃତି ଏକ ବଲ୍ୱ ପରି ଦେଖାଯାଏ, ଏହି କାରଣରୁ ଏହାର ନାମ ମେଲାନୋଷ୍ଟୋମିୟସ୍ ଡିଓ ରଖାଯାଇଛି ।

Comments are closed.