Latest Odisha News

BREAKING NEWS

ନୂଆ ପ୍ରଜାତିର ବୁଢ଼ିଆଣୀ ଠାବ, ଯାହା ଡ଼େଇଁ ଡ଼େଇଁ ଶୀକାର କରେ

ମୁମ୍ବାଇ: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ମୁମ୍ବାଇରେ ଏକ ନୂଆ ପ୍ରଜାତିର ବୁଢିଆଣୀ ଠାବ କରାଯାଇଛି, ଯାହା ଡ଼େଇଁ ଡ଼େଇଁ ଶୀକାର କରିଥାଏ । ଏହାକୁ ଦେଖି ଅନୁସନ୍ଧାନକାରୀମାନେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ।

ମୁମ୍ବାଇରେ ଏକ ନୂଆ ପ୍ରଜାତିର ଡେଉଁଥିବା ବୁଢ଼ିଆଣୀକୁ ଠାବ କରାଯାଇଛି । ଏହାର ନାଁ ‘ହାସାରିୟସ୍ ମୁମ୍ବାଇ’ ରଖାଯାଇଛି । ଏହି ବୁଢ଼ିଆଣୀକୁ ଗୁରୁଗାଓଁ ପୂର୍ବ ବମ୍ବେ ପ୍ରାକୃତିକ ଇତିହାସ ସୋସାଇଟିଜ୍ ସଂରକ୍ଷଣ ଶିକ୍ଷା କେନ୍ଦ୍ର ନିକଟ ପଥରଗୁଡ଼ିକରେ ଠାବ କରାଯାଇଥିଲା । ସାଧାରଣତଃ ବୁଢିଆଣୀ ଜାଲ ତିଆରି କରି ଶିକାର କରିଥାନ୍ତି । ହେଲେ ହାସାରିୟସ୍‌ି ପ୍ରଜାତିର ବୁଢ଼ିଆଣୀ ଜାଲ ତିଆରି କରିବା ପରିବର୍ତ୍ତେ ଡ଼େଇଁ ଡ଼େଇଁ ଶିକାର କରିଥାଏ ।

୧୮୨୬ ମସିହାରେ ପ୍ରଥମେ ଏହି ବଂଶର ଆବିଷ୍କୃତ ହୋଇଥିଲା । ଏହି ବଂଶ ମୁଖ୍ୟତଃ ଉଷ୍ମ ଜଳବାୟୁରେ ରହିଥାନ୍ତି । ପ୍ରଥମ ଥର ପାଇଁ ମୁମ୍ବାଇରେ ଏହି ପ୍ରଜାତିର ଠାବ କରାଯାଇଛି । ଦୁନିଆରେ ୬ ହଜାରରୁ ଅଧିକ ପ୍ରଜାତିର ବୁଢ଼ିଆଣୀ ରହିଛନ୍ତି, ଯାହା ବିଭିନ୍ନ ଦେଶରେ ଦେଖିବାକୁ ମିଳେ ।

Comments are closed.