Latest Odisha News

BREAKING NEWS

ପାରାସିଟାମଲ୍ ଖାଉଥିଲେ ସାବଧାନ, ହୋଇପାରେ ହାର୍ଟ ଓ କିଡନୀ ସମସ୍ୟା

ନୂଆଦିଲ୍ଲୀ: ପାରାସିଟାମଲ ସମ୍ବନ୍ଧରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ବାରା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ। ଏହି ଔଷଧ ଖାଇବା ଦ୍ୱାରା ପାକସ୍ଥଳୀ, ହୃଦଘାତ, ଉଚ୍ଚ ରକ୍ତଚାପ, ପେପ୍ଟିକ୍ ଅଲସର୍ ଏବଂ କିଡନୀ ସମ୍ବନ୍ଧୀୟ ଜଟିଳ ରୋଗ ହେବାର ଆଶଙ୍କା ବଢିପାରେ।

ଏହି ଔଷଧ ସାଧାରଣତଃ ଯନ୍ତ୍ରଣା ଏବଂ ଜ୍ୱରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। କିନ୍ତୁ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଇବା ବିପଜ୍ଜନକ ହୋଇପାରେ।

ଏନଆଇଏଚଆର ବାୟୋମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ପ୍ରଫେସର ୱାଇ ଝାଙ୍ଗ କହିଛନ୍ତି ଯେ ପୁରୁଣା ଗଣ୍ଠି ଯନ୍ତ୍ରଣାର ଚିକିତ୍ସା ଭାବରେ ପାରାସିଟାମଲକୁ ବ୍ୟବହାର ପାଇଁ ପରାମର୍ଶ ଦିଆଯାଏ। ବୟସ୍କମାନଙ୍କ ପାଇଁ ଏହା ଅନ୍ୟ ଔଷଧ ତୁଳନାରେ ଅଧିକ ସୁରକ୍ଷିତ କୁହାଯାଏ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ଖାଇବା ବିପଜ୍ଜନକ ହୋଇପାରେ।

ବ୍ରିଟେନର ନଟିଂହାମ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ବାରା କରାଯାଇଥିବା ରିସର୍ଚ୍ଚରୁ ଜଣାପଡିଛି ଯେ ପାରାସିଟାମଲ ଖାଇବା ଦ୍ୱାରା ପେପ୍ଟିକ ଅଲସର ରକ୍ତସ୍ରାବ ଏବଂ ପେଟରେ ପାକସ୍ଥଳୀ ରକ୍ତସ୍ରାବ ହେବାର ଆଶଙ୍କା ଯଥାକ୍ରମେ ୨୪ ପ୍ରତିଶତ ଏବଂ ୩୬ ପ୍ରତିଶତ ବୃଦ୍ଧି ପାଇଥାଏ। କ୍ରନିକ୍ କିଡନୀ ରୋଗ ହେବାର ଆଶଙ୍କା ୧୯ ପ୍ରତିଶତ, ହୃଦଘାତ ୯ ପ୍ରତିଶତ ଏବଂ ଉଚ୍ଚ ରକ୍ତଚାପ ୭ ପ୍ରତିଶତ ବୃଦ୍ଧି ହୋଇପାରେ।

Leave A Reply

Your email address will not be published.