Latest Odisha News

BREAKING NEWS

ନୂତନ ଯୁଗରେ ପ୍ରବେଶ କରୁଛି କି ଆମର ପୃଥିବୀ !

ନୂଆଦିଲ୍ଲୀ: ନୂତନ ଯୁଗରେ ପ୍ରବେଶ କରୁଛି କି ଆମ ପୃଥିବୀ । ବୈଜ୍ଞାନିକମାନେ ଏ ନେଇ ଏକ ବଳିଷ୍ଠ ପ୍ରମାଣ ଯୋଗାଇଛନ୍ତି । ଭୂବୈଜ୍ଞାନିକମାନେ ଏପରି ଏକ ସ୍ଥଳ ଖୋଜିଛନ୍ତି ଯାହାକି ଆନ୍ଥ୍ରୋପୋସେନ ନାମକ ପ୍ରସ୍ତାବିତ ଯୁଗକୁ ଦର୍ଶାଉଛି । ପୃଥିବୀ ଇତିହାସର ଅଧିକାରିକ ସମୟରେଖା ବଦଳବା ଦିଗରେ ଏହି ଗବେଷଣା ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୦୦ରେ ଆନ୍ଥ୍ରୋପୋସେନ ନାମକ ଯୁଗ ଆରମ୍ଭ ହେବା ନେଇ ବୈଜ୍ଞାନିକମାନେ ସଙ୍କେତ ଦେଇଥିଲେ । ଏଥିନେଇ ବିଭିନ୍ନ ସ୍ଥରରେ ଅଧ୍ୟୟନ ମଧ୍ୟ ଆରମ୍ଭ ହୋଇଥିଲା । ଲିସେଷ୍ଟର ବିଶ୍ୱ ବିଦ୍ୟାଳୟର ଭୂଗୋଳ, ଭୂବିଜ୍ଞାନୀ ଓ ପରିବେଶ ବିଜ୍ଞାନୀମାନେ ଆନ୍ଥ୍ରୋପୋସେନ ୱାର୍କିଂ ଗ୍ରୁପ ଗଠନ କରିଛନ୍ତି । ଏଥିରେ ୩୫ ବୈଜ୍ଞାନିକ ସାମିଲ ଅଛନ୍ତି ।

ପ୍ରଥମେ ଏହି ଯୁଗ ୨୦୧୮ରୁ ଆରମ୍ଭ ହେଲା ବୋଲି କୁହା ଯାଉଥିଲା । ନୂତନ ତଥ୍ୟ ଅନୁସାରେ ୧୯୫୦ରୁ ଏହା ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି । କାନାଡାର ଓଟୋଂରିୟୋରେ କ୍ରାଫର୍ଡ ହ୍ରଦ ଏହି ଯୁଗ ପାଇଁ ବଳିଷ୍ଠ ପ୍ରମାଣ ଯୋଗାଇଥିଲା । ହିମ ଯୁଗର ଶେଷ ପରେ ୧୧, ୭୦୦ ବର୍ଷ ତଳେ ମେଘାଳୟନ ଯୁଗ ଆରମ୍ଭ ହୋଇଥିଲା । ଆମେ ଏବେ ଏହି ଯୁଗରେ ରହୁଥିବା କୁହାଯାଉଛି । ପ୍ରସ୍ତର, ଲୌହ ଏବଂ ଅନ୍ୟ ଧାତୁ ଯୁଗ ଏଥିରେ ସାମିଲ । ଏହା ଶେଷ ହେବାକୁ ପ୍ରାୟତଃ ୫୩ କୋଟି ବର୍ଷ ସମୟ ଲାଗିବ । ମାତ୍ର ଏବେ ଏଥିରେ ଦ୍ରୁତ ପରିବର୍ତନ ଦେଖିବାକୁ ମିଳୁଛି । ଆବଶ୍ୟକଠାରୁ ଅଧିକ ଜୀବ ଧରାପୃଷ୍ଠରେ ରହିବା ଏହାର ଏକ କାରଣ ଭାବେ ବିବେଚନା କରାଯାଉଛି ।

କ୍ରାଫର୍ଡ ହ୍ରଦ ମନୁଷ୍ୟ କିପରି ପରିବେଶକୁ ଦୂଷିତ କରିଛି ତାର ପ୍ରମାଣ ଯୋଗାଉଛି । ଏହି ହ୍ରଦର ନିମ୍ନ ଭାଗ ସ୍ତରରେ ପରମାଣୁ ବୋମା, ପ୍ଲାଷ୍ଟିକ ଏବଂ ନାଇଟ୍ରୋଜେନର ବହୁଳ ପରିମାଣର ବ୍ୟବହାର କିପରି ଏହାକୁ ନଷ୍ଟ କରିଛି ତାହା ଦର୍ଶାଉଛି । ଅଙ୍ଗାରକାମ୍ଳ ବୃଦ୍ଧି ପାଇବା ଯୋଗୁ ଉତାପ ମନୁଷ୍ୟ ପାଇଁ ବଡ ବିପଦକୁ ଡାକି ଆଣୁଛି । ଅନ୍ୟ ଅର୍ଥରେ ବୈଜ୍ଞାନିକମାନେ କିପରି ପୃଥିବୀ ଧ୍ୱଂସ ଆଡକୁ ଧିରେ ଧିରେ ଯାଉଛି ତାହା ପ୍ରମାଣ କରୁଛନ୍ତି । ଏବେଠାରୁ ପରିବେଶ ପ୍ରତି ଯତ୍ନବାନ ନ ହେଲେ ଆଉ ହାତରେ ସମୟ ନ ଥିବ ।

Comments are closed.