Latest Odisha News

BREAKING NEWS

ଏଣିକି ସକାଳ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ମଦ ଦୋକାନ

ଭୁବନେଶ୍ୱର: ବଢ଼ିଳା ମଦ ଦୋକାନ ଖୋଲିବା ସମୟ ସୀମା । ଏଣିକି ସକାଳ ସାଢେ ୧୦ରୁ ରାତି ସାଢେ ୧୦ଟା ଯାଏଁ ଖୋଲିବ ମଦ ଦୋକାନ । ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଶେଷ ହୋଇଛି । ଏବେ ଅନଲକ୍ ୪ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି ।

ଏହି ପ୍ରକ୍ରିୟାରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ସମୟ ସୀମାକୁ ବୃଦ୍ଧି କରିଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନ୍ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳ ପାଇଁ ଏହି ନିୟମ ଲାଗୁ ହୋଇଛି । ପୂର୍ବରୁ କରୋନା ମହାମାରୀ ପାଇଁ ମଦ ଦୋକାନ ଖୋଲିବା ନେଇ କିଛି ନିୟମ ରଖାଯାଇଥିଲା । ଯେମିତିକି ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ଥିଲା । ସେହିପରି କିଛିଦିନ ତଳେ ଅଲାଇନ୍ ଜରିଆରେ ମଦ ବୁକିଂ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ।  ଏହାପରେ ନିୟମରେ ପରିବର୍ତ୍ତନ କରାଯାଇ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା ।

 

Leave A Reply

Your email address will not be published.