ୱାଙ୍ଖେଡ: ଇଣ୍ଡିଆନ ପ୍ରିମିୟର ଲିଗରେ ଅଧିକରୁ ଅଧିକ ଦର୍ଶକ କିପରି ଯୋଡି ରହିବେ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ଅନେକ ଉଦ୍ୟମ କରାଯାଉଛି । ଏଥର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଏକ ଭିନ୍ନ ଧରଣର ରୋବୋଟ ପଡିଆରେ ଦେଖିବାକୁ ମିଳିଥିଲ । ଅଭ୍ୟାସ ସେଶନରେ ଏହି ରୋବୋଟ ଡଗକୁ ଦେଖି ପ୍ରଥମେ ଖେଳାଳିମାନେ ଭୟ କରି ଯାଇଥିଲେ । ଦିଲ୍ଲୀର ଅଧିନାୟକ ଅକ୍ଷର ପଟେଲ ଏକ ଲୟରେ ଏହି ରୋବୋଟକୁ ଦେଖିବା ପରେ କହିଥିଲେ, ଏଇଟ କଣ ? ଇଏ କେମିତିକିଆ କୁକୁର ! ପରେ ଏହା ବିଷୟରେ ଜାଣିବା ପରେ ସମସ୍ତେ ଏହି ରୋବୋଟ ଡଗଙ୍କୁ ପ୍ରଶଂସା କରିଥିଲେ । କମେଂଟେଟର ଡ୍ୟାନୀ ମୋରିସନ ମଧ୍ୟ ଏହାର ଫିଚରକୁ ପ୍ରଶଂସା କରିଥିଲେ ।
ଏହି ରୋବୋଟରେ ହାଇ ରିଜ୍ୟୁଲେଶନ କ୍ୟାମେରା ସହ ଅନେକଗୁଡିଏ ଭଲ ଫିଚର ରହିଛି । ପ୍ରଶଂସକମାନଙ୍କୁ ମୋରିସନ ଏହାର ଏକ ନାମ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ପଡିଆରେ ଚାରିପଟେ ଏହା ଦ୍ରୁତ ବେଗରେ ଦୌଡିବା ସହ ଫଟୋ ଏବଂ ଭିଡିଓ ଶୁଟ ମଧ୍ୟ କରିପାରୁଛି । ଏହା ସୁରକ୍ଷା ଏବଂ ଅନ୍ୟ କ୍ଷେତ୍ରରେ ସହାୟ ହେବ ବୋଲି ଆଶା କରାଯାଉଛି । ରୋବୋଟ ଡଗ ଏହି ଅବସରରେ ଏକ ଲଭ ପୋଜ ଦେଇଥିଲା ଯାହାକୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୋରିସନ ବେଶ ପସନ୍ଦ କରିଥିଲେ ।
Comments are closed.