ନୂଆଦିଲ୍ଲୀ: ୨୦୨୬ ପାଦ ଥାପି ସାରିଲାଣି । ସାରା ବିଶ୍ୱରେ ଏ ନେଇ ହର୍ଷ ଉଲ୍ଲାସ ଲାଗି ରହିଛି । ନୂଆ ବର୍ଷ କିପରି ଭଲରେ କଟିବ ସେ ନେଇ ବିଭିନ୍ନ ଦେଶରେ ଅଜବ ଗଜବ ପ୍ରଥା ରହିଛି । ଆସନ୍ତୁ ନଜର ପକାଇବା ଏ ଭଳି କିଛି ପ୍ରଥା ଉପରେ.. । ଚେକ ରିପବ୍ଲିକରେ ସେଓ କାଟିଥାନ୍ତି । ସେଓ ଦୁଇଫାଳ ହେବା ପରେ ଷ୍ଟାର ଆକୃତି ଆସିଲେ ଭଲ ଏବଂ କ୍ରସ ହେଲେ ଖରାପରେ କଟିବ ବୋଲି ସେମାନଙ୍କର ବିଶ୍ୱାସ ରହିଛି । ସ୍ପେନ ଏବଂ ଇଣ୍ଡୋନେସିଆରେ ଡିସେମ୍ବର ୩୧ ରାତି ୧୨ଟାରେ ୧୨ଗୋଟି ଅଙ୍ଗୁର ଖାଇ ଏହାକ ସ୍ୱାଗତ କରିଥାନ୍ତି ।
ଏହା କଲେ ସୁଖ ଓ ସମୃଦ୍ଧି ଆସିବ ବୋଲି କୁହାଯାଏ । ଇଟାଲୀରେ ପ୍ଲେଟ ଭାଙ୍ଗି କରି ଏବଂ ଅନ୍ୟ ପୁରୂଣା ସାମଗ୍ରୀ ବାହାରକୁ ଫିଙ୍ଗି ନୂଆବର୍ଷକୁ ସ୍ୱାଗତ କରାଯାଇଥାଏ । ଘରୁ ପୁରୂଣା ଜିନିଷ ଫିଙ୍ଗିଲେ ନକରାତ୍ମକ ଶକ୍ତି ଯିବ ବୋଲି ସେମାନଙ୍କ ବିଶ୍ୱାସ ରହିଛି । ଡେନମାର୍କରେ ଚୌକି ଉପରେ ଡେଇଁକରି ନୂଆବର୍ଷକୁ ସ୍ୱାଗତ କରାଯାଇଥାଏ । ପୂର୍ବଦିନ ରାତି ୧୨ଟା ପୂର୍ବର ସେମାନେ ଚୌକି କିମ୍ବା ବେଂଚ ଉପରେ ଆଗୁଆ ଛିଡା ହୋଇ ରହିଥାନ୍ତି । ୧୨ଟା ବାଜିବା ମାତ୍ରେ ସେମାନେ ଡେଇଁବା ଆରମ୍ଭ କରିଥାନ୍ତି ।