Latest Odisha News

BREAKING NEWS

୨୦୨୨ର ବାଇଶି ଫ୍ୟାକ୍ଟସ

ନୂଆଦିଲ୍ଲୀ: ୨୦୨୨ ଧିରେ ଧିରେ କ୍ଲାନ୍ତ ଓ ଅବସାଦ ମନରେ ଆମଠାରୁ ବିଦାୟ ନେଉ ଯାଇଛି । ବିଶ୍ୱରେ ଏବେ କେତେକ ସ୍ଥାନରେ ୨୦୨୩ର ପାଦ ପଡି ସାରିଲାଣି । ଆସନ୍ତୁ ୨୦୨୨ର ବାଇଶି ଚମକପ୍ରଦ ଡାଟା ବିଷୟରେ ଜାଣିବା ।
୧.୨୦୨୨ରେ ବିଶ୍ୱରେ ୧୩ କୋଟି ଶିଶୁ ଜନ୍ମ ହୋଇଥଲେ । ଭାରତରେ ଏହାର ସଂଖ୍ୟା ଥିଲା ୨.୫୦ କୋଟି ।
୨. ୧୭୩ କୋଟି ମେଦବହୂଳତାର ଶୀକାର ହୋଇଛନ୍ତି । ନାଉରୋ ଦେଶରେ ସର୍ବାଧିକ ୬୧ ପ୍ରତିଶତ ଏଥିରେ ଆକ୍ରାନ୍ତି । ଭାରତର ଏହା ୩.୯ ପ୍ରତିଶତ ରହିଥିଲା ।
୩. ବିଶ୍ୱରେ ୮୬ କୋଟି କୁପୋଷଣରେ ଜୀବନ ଯାପନ କରୁଛନ୍ତି । ୟମନରେ ସର୍ବାଧିକ ୪୫ ପ୍ରତିଶତ ବ୍ୟକ୍ତି ଏହାର ଶୀକାର ହୋଇଥିଲେ । ଭାରତରେ ଏବେ ବି ୨୨ କୋଟି ଏହି ତାଲିକାରେ ରହିଛନ୍ତି ।


୪. ୨୦୨୨ରେ ମୋଟ ୮.୨୦ କୋଟି କାର ନିର୍ମିତ ହୋଇଥିଲା । ଟୋୟାଟୋ ୧କୋଟି, ୱାଲ୍ସ ବେଗନ ୮୨ ଲକ୍ଷ ଓ ଭାରତର ମାରୁତି ସୁଜୁକି ୧୬ ଲକ୍ଷ କାର ନିର୍ମାଣ କରିଥିଲା ।
୫. ୧୫.୧୭ କୋଟି ସାଇକେଲ ତିଆରି ହୋଇଛି ଓ ବିକ୍ରି ମଧ୍ୟ ହୋଇଛି । ଜଂଏଟ କମ୍ପାନୀ ସର୍ବାଧିକ ୭୦ ଲକ୍ଷ ଓ ଭାରତର ହୀରୋ କମ୍ପାନୀ ୫୦ ଲକ୍ଷ ସାଇକେଲ ପ୍ରସ୍ତୁତ କରିଥିଲା ।
୬. ବିଶ୍ୱରେ ୨୦୨୨ରେ ୨୭ ଲକ୍ଷ ବହି ଛପା ଯାଇଥିଲା । ଆରଇଏଲଏକ୍ସ ୪.୨୦ ଲକ୍ଷ ବହି ଛାପିଥିଲା । ଭାରତର ସ୍ଥାନ ୬ଷ୍ଠରେ ରହିଛି ।
୭. ୫୦,୭୮ ଲକ୍ଷ ହେକ୍ଟର ଜଙ୍ଗଲ ଏହି ବର୍ଷ କଟାଯାଇଛି । ବ୍ରାଜିଲରେ ସର୍ବାଧିକ ୪୮ ଲକ୍ଷ ଏକର ଜଙ୍ଗଲ କଟାଯାଇଛି । ଭାରତରେ ଗତ ବର୍ଷ ତୁଳନାରେ ୧୫୪୦ ବିର୍ଗ କିଲୋମିଟର ଜଙ୍ଗଲ ଅଂଚଳ ବଢ଼ିଛି ।
୮. ବିଶ୍ୱରେ ଏଥର ୭୦୪ ଲକ୍ଷ କୋଟି ଟଙ୍କାର ଡିଜିଟାଲ ଟ୍ରାଜାଂକସନ ହୋଇଥିଲା । ଭାରତରେ ଏହା ମାଧ୍ୟମରେ ସର୍ବାଧିକ ୭୦୦୦କୋଟି ବ୍ୟବସାୟ ହୋଇଥିଲା ।


୯. ୪ ହଜାର ଲକ୍ଷ କୋଟି ଲିଟର ପାଣି ପାନୀୟ ଭାବେ ବ୍ୟବହାର କରାଯାଇଛି । ଚୀନରେ ସର୍ବାଧିକ ୩୬୨ ଲକ୍ଷ କୋଟି ଗ୍ୟାଲେନ ଓ ଭାରତରେ ୪୦ ଲକ୍ଷ କୋଟି ଗ୍ୟାଲେନ ବ୍ୟବହାର ହେଉଛି ।
୧୦. ଅବୈଧ ଡ୍ରଗ୍ସ ଉପରେ ୩୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭାରତରେ ସର୍ବାଧିକ ହେରୋଇନର ବ୍ୟବହାର ହେଉଛି ।
୧୧. ୨୩.୨୯କୋଟି କମ୍ପ୍ୟୁଟର ନିର୍ମିତ ହୋଇଛି । ଲେନୋଭା ପ୍ରତି ବର୍ଷ ୨୦ ଲକ୍ଷରୁ ଅଧିକ ସିଷ୍ଟମ ତିଆରି କରୁଛି । ଭାରତର କୌଣସି କମ୍ପାନୀ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇନି ।
୧୨. ବିଶ୍ୱରେ ଏବେ ୫୪୭ କୋଟି ଲୋକ ଇଂଟରନେଟ ବ୍ୟବହାର କରୁଛନ୍ତି । ଚୀନରେ ୧୦୨ କୋଟି ଓ ଭାରତରେ ୬୫ କୋଟି ୟୁଜର୍ସ ରହିଛନ୍ତି ।
୧୩. ବିଶ୍ୱର ସମସ୍ତ ଶେୟାର ବଜାରର କମ୍ବାଇଣ୍ଡ ମାର୍କେଟ କ୍ୟାପ ୧୦.୧୭ ହଜାର ଲକ୍ଷ କୋଟି ରହିଛି । ଏନୱାଇଏସଇର ମାର୍କେଟ କ୍ୟାପ ୧୮୨୧ ଲକ୍ଷ କୋଟି ରହିଥିଲା । ଭାରତର ୨୮୧ ଲକ୍ଷ କୋଟି ରହିଛି ।
୧୪. ସାରା ବିଶ୍ୱରେ ୧୨୯ କୋଟି ଟନ ଖାଦ୍ୟଶସ୍ୟ ନଷ୍ଟ ହୋଇଛି । ଚୀନରେ ସର୍ବାଧିକ ୯ କୋଟି ଓ ଭାରତରେ ୬ କୋଟି ନଷ୍ଟ ହୋଇଛି ।
୧୫. ବିଶ୍ୱରେ ଏଥର ୩୫ ହଜାର କୋଟି ଟନର କାର୍ବନ ସୃଷ୍ଟି ହୋଇଛି । ଚୀନ ସର୍ବାଧିକ ୧ ହଜାର ଟନ(ଆନୁମାନିକ) ସହ ଏହି ତାଲିକାରେ ଆଗରେ ରହିଛି । ଆମେରିକା (୫୪୧ ଟନ) ଓ ଭାରତ (୨୬୫ ଟନ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
୧୬. ବିଶ୍ୱରେ ଏବେ ୧୪୭୮୯୬ ଦିନର କୋଇଲା ବଳକା ରହିଛି ।


୧୭. ୨୦୨୨ରେ ୬.୫୫ କୋଟି ଲୋକଙ୍କ ସ୍ମୋକିଂରେ ମୃତ୍ୟୁ ଘଟିଥିଲା । ସର୍ବିୟାରେ ସର୍ବାଧିକ ୧୦୦୦ ଲୋକଙ୍କ ମଧ୍ୟରେ ୧୬ଜଣଙ୍କ ମୃତ୍ୟୁ ହୋଇଥିଲା । ଭାରତ ଏହି ତାଲିକାରେ ୩୧ତମ ସ୍ଥାନରେ ରହିଛି ।
୧୮. କ୍ୟାନ୍ସରରେ ୮୦.୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ମଙ୍ଗୋଲିଆରେ ଏହାର ହାର ସର୍ବାଧିକ ରହିଛି ।
୧୯. ୨୦୨୨ରେ ୧୦.୪୭ ଲକ୍ଷ ଲୋକ ସୁଇସାଇଡ କରିଛନ୍ତି । ଦକ୍ଷିଣ କୋରିଆରେ ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୬ ଓ ଭାରତରେ ୧୨ଜଣ ସୁଇସାଇଡ କରିଛନ୍ତି ।
୨୦. ମ୍ୟାଲେରିଆରେ ୩.୮୫ ଲକ୍ଷ ଲୋକ ମରିଛନ୍ତି । ଏଥରେ ୩୧ ପ୍ରତିଶକ କେବଳ ନାଇଜେରିଆରେ ରହିଛନ୍ତି । ଭାରତରେ ୭୫ ଜଣ ଏହି ରୋଗରେ ମରିଛନ୍ତି ।
୨୧. ସ୍ମୋକିଂରେ ୨୦୨୨ରେ ୪୮.୮୩ ଲକ୍ଷ ଲୋକ ମରିଛନ୍ତି । ଗ୍ରୀନଲାଣ୍ଡରେ ସର୍ବାଧିକ ହାର ୨୬ ପ୍ରତିଶତ ରହିଛି । ଭାରତରେ ପ୍ରତ୍ୟେକ ବର୍ଷ ୩.୫ ଲକ୍ଷ ଲୋକ ଏଥିରେ ମରୁଛନ୍ତି ।


୨୨. ସଡକ ଦୁର୍ଘଟଣାରେ ୧୩.୧୮ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି । ଡୋମିନିକନ ରିପବ୍ଲିକରେ ଏକ ଲକ୍ଷରେ ୬୭ ଜଣ ଏଥିରେ ଶୀକାର ହୋଇଛନ୍ତି । ଭାରତରେ ୧୪ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି ।

Comments are closed.