Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ନ୍ୟୁୟର୍କ ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲା ଟିମ ଇଣ୍ଡିଆ

ନ୍ୟୁୟର୍କ: ଟି୨୦ ବିଶ୍ୱକପ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯାଉଛି । ଚଳିତ ସଂସ୍କରଣରେ ପ୍ରଶଂସକଙ୍କ ସଂଖ୍ୟା କମ ଥିବା ବେଳେ ଏ ପର୍ଯ୍ୟନ୍ତ ସେଭଳି ରୋମାଂଚକ ମୁକାବିଲା ଦେଖିବାକୁ ମିଳି ନାହିଁ । ନାସାଉ କ୍ରିକେଟ ଷ୍ଟାଡିୟମରେ ୨ଟି ମ୍ୟାଚ ଖେଳାଯାଇଛି ଏବଂ ୧୦୦ରୁ ଊର୍ଦ୍ଧ୍ୱ ସ୍କୋର କେହି କରିପାରି ନାହାନ୍ତି । ଏହି ପିଚରେ ଜୁନ ୯ରେ ଭାରତ ଓ ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଖେଳାଯିବାକୁ ଅଛି । ଟିମ ଇଣ୍ଡିଆ ପିଚ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛି । ଏହି ପିଚରେ ଖେଳାଳି ଆଘାତପ୍ରାପ୍ତ ହେବା ଆଶଙ୍କା ରହିଛି । ନ୍ୟୁୟର୍କରେ ଡ୍ରପ ଇନ ପିଚର ବ୍ୟବହାର କରାଯାଇଛି । ଏହା ଟି୨୦ ଉପଯୋଗୀ ପିଚ ହୋଇ ନାହିଁ ।

ଶ୍ରୀଲଙ୍କା ଏଠାରେ ଶ୍ରୀଲଙ୍କାକୁ ଦକ୍ଷିଣ ଆଫ୍ରିକା ୭୭ ରନରେ ଅଲଆଉଟ କରିଥିବା ବେଳେ ଭାରତ ବିପକ୍ଷରେ ଆୟର୍ଲାଣ୍ଡ ୯୬ ରନ କରିବାକୁ ସକ୍ଷମ ହୋଇଥିଲା । ଆୟର୍ଲାଣ୍ଡ ବିପକ୍ଷ ମୁକାବିଲାରେ ରୋହିତ ଶର୍ମା ଓ ରିଷଭ ପନ୍ତ ଆଘାତପ୍ରାପ୍ତ ହୋଇଛନ୍ତି । ପିଚରେ ବଲ ପଡିବା ପରେ ଅସମାନ ବାଉନ୍ସ ଦେଖିବାକୁ ମିଳୁଛି । ଭାରତ ବ୍ୟକ୍ତିଗତ ଭାବେ ପିଚ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ଏଠାରେ ଅଭ୍ୟାସ କରିବାକୁ ମଧ୍ୟ ଖେଳାଳିମାନେ ଡରୁଛନ୍ତି । ଭାରତ-ପାକିସ୍ତାନ ମ୍ୟାଚ ଏଠାରୁ ସ୍ଥାନାନ୍ତରିତ କରାଯିବ କି ନାହିଁ ଅବଶ୍ୟ ସେ ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

Comments are closed.