Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ମେଗା ସିରିଜର କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଅକ୍ଟୋବରରୁ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏହି ମେଗା ସିରିଜ ପାଇଁ କାର୍ଯ୍ୟସୂଚୀର ଘୋଷଣା କରିଛି । ଟିମ ଇଣ୍ଡିଆ ଏହି ଗସ୍ତରେ ୫ଟି ଟି୨୦, ୫ଟି ଦିିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମେ ସୀମିତ ଓଭର ବିଶିଷ୍ଟ ମୁକାବିଲା ଖେଳାଯିବ । ଏହା ପରେ ଟେଷ୍ଟ ମ୍ୟାଚ ଖେଳାଯିବ । ନ୍ୟୁଜିଲାଣ୍ଡରେ ଦୀର୍ଘ ୬ ବର୍ଷ ପରେ ଭାରତ ଟେଷ୍ଟ ମ୍ୟାଚ ଖେଳିବ । ୨୦୧୯ରେ ସିରିଜ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ ରହିବ । ନ୍ୟୁଜିଲାଣ୍ଡ ଟିମ ଏହା ମଧ୍ୟରେ ୨ ଥର ଭାରତ ଗସ୍ତରେ ଆସିସାରିଛି । ୨୦୨୪ରେ ଭାରତ ବିପକ୍ଷରେ ଭ୍ରମଣକାରୀ ଦଳ ଐତିହାସିକ କ୍ଲିନ ସୁଇପ ହାସଲ କରିଥିଲା । ୨ଟି ଯାକ ଟେଷ୍ଟ ୱେଲିଂଟନ ଓ ସେଲୋ ବେସିନ ରିଜର୍ଭରେ ଆୟୋଜିତ ହେବ ।

୨୨ ଅକ୍ଟୋବରରେ କ୍ରିଷ୍ଟଚର୍ଚ୍ଚରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଏହା ପରେ ୨୪, ୨୭, ୩୦ ଓ ନଭେମ୍ବର ୧ରେ ବାକି ୪ଟି ଟି୨୦ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଯଥାକ୍ରମେ କ୍ରିଷ୍ଟଚର୍ଚ୍ଚ, ୱେଲିଂଟନ, ଅକଲାଣ୍ଡ ଓ ହ୍ୟାମିଲଟନରେ ଖେଳାଯିବ । ନଭେମ୍ବର ୪ରେ ପ୍ରଥମ ଦିିନିକିଆ ଅକଲାଣ୍ଡରେ ଖେଳାଯିବ । ୭, ୧୦, ୧୩ ଓ ୧୫ରେ ବାକି ୪ଟି ଦିିନିକିଆ ଯଥାକ୍ରମେ ୱେଲିଂଟନ, ହ୍ୟାମିଲଟନ, ତୌରଙ୍ଗାରେ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ ୧୯ରୁ ୨୩ ନଭେମ୍ବର ପର୍ଯ୍ୟନ୍ତ ୱେଲିଂଟନରେ ଖେଳାଯିବ । ଏହା ପରେ ୨୭ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଦ୍ୱିତୀୟ ଟେଷ୍ଟ କ୍ରିଷ୍ଟଚର୍ଚ୍ଚରେ ଖେଳାଯିବ ।

Leave A Reply

Your email address will not be published.