Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ବୁଧବାର ନ୍ୟୁଜିଲାଣ୍ଡ ଦଳର ଘୋଷଣା କରାଯାଇଛି । ମିଚେଲ ସାଂଟେନରଙ୍କ ନେତୃତ୍ୱରେ ଏହି ଦଳ ଘୋଷଣା କରାଯାଇଛି । ଅଭିଜ୍ଞତା ସମ୍ପନ୍ନ ଖେଳାଳିଙ୍କ ଉପରେ ନ୍ୟୁଜିଲାଣ୍ଡ ଗୁରୁତ୍ୱ ଦେଇଛି । ଜ୍ୟାକବ ଡଫି ନିକଟରେ ନିଜ ଦେଶର ମହାନ ଖେଳାଳି ରିଚାର୍ଡ ହାଡଲୀଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ସେ ୩୬ ଆନ୍ତର୍ଜାତୀୟ ମ୍ୟାଚରେ ୮୧ ୱିକେଟ ଅକ୍ତିଆର କରିଛନ୍ତି । ସେ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଗ୍ରୁପ ଡିରେ ନ୍ୟୁଜିଲାଣ୍ଡ ସହ ଆଫଗାନିସ୍ତାନ, କାନାଡା, ଦକ୍ଷିଣ ଆଫ୍ରିକା ଓ ୟୁଏଇ ରହିଛନ୍ତି । ଫେବୃୟାରୀ ୮ ଓ ୧୦ରେ ନ୍ୟୁଜିଲାଣ୍ଡ ଚେନ୍ନାଇରେ ଆଫଗାନିସ୍ତାନ ଓ ୟୁଏଇକୁ ଭେଟିବ । ୧୫ ଓ ୧୭ରେ ଦକ୍ଷିଣ ଆଫ୍ରିକା ଏବଂ କାନାଡାକୁ ସାମ୍ନା କରିବ । ଏହି ୨ଟି ମ୍ୟାଚ ଯଥାକ୍ରମେ ଅହମ୍ମଦାବାଦ ଓ ଚେନ୍ନାଇରେ ଖେଳାଯିବ ।
ନ୍ୟୁଜିଲାଣ୍ଡ ଟିମ: ମିଚେଲ ସାଂଟେନର (ଅଧିନାୟକ), ଫିନ ଏଲେନ, ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭନ କନୱେ, ଜ୍ୟାକବ ଡଫି, ଲୋକି ଫର୍ଗ୍ୟୁଶନ, ମ୍ୟାଟ୍ଟ ହେନେରା, ଡାରେଲ ମିଚେଲ, ଆଡମ ମିଲନେ, ଗ୍ଲେନ ଫିଲିପ୍ସ, ରଚୀନ ରବୀନ୍ଦ୍ର, ଟିମ ସିଫର୍ଟ, ଈଶ ସୋଧୀ । ରିଜର୍ଭ ଖେଳାଳି-କାଇଲ ଜେମୀସନ ।

Leave A Reply

Your email address will not be published.