Latest Odisha News

BREAKING NEWS

ପ୍ରଥମ ଥର ପାଇଁ ମହିଳା ଟି୨୦ ବିଶ୍ୱକପ ଜିତିଲା ନ୍ୟୁଜିଲାଣ୍ଡ

ଦୁବାଇ: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ମହିଳା ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ କରିଥିଲା । ବ୍ରୁକ ହେଲେଡେ ୩୮ ଓ ସୁଜି ବେଟ୍ସ ୩୨ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ୱିକେଟ ୧୨୬ ରନ କରିବାକୁ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡର ଅମେଲିୟା କେର ୪୩ ରନ କରିବା ସହ ୩ଟି ୱିକେଟ ଅକ୍ତିଆର କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ରୋଜମେରୀ ମେୟର ଓ କେର ୩ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ପରାଜୟବରଣ କରିବା ପାଇଁ ବାଧ୍ୟ କରାଇଥିଲେ । ଦକ୍ଷିଣ ଆଫ୍ରିକା ଟିମ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିବା ସତ୍ୱେ ଟାଇଟଲ ହାସଲ କରିପାରି ନାହିଁ । ୨୦୨୩ରେ ଦକ୍ଷିଣ ଆଫ୍ରିକା ଟିମ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା ।

Leave A Reply

Your email address will not be published.