Latest Odisha News

BREAKING NEWS

୩୬ ବର୍ଷ ପରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ବେଙ୍ଗାଲୁର: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ଭାରତକୁ ପରାସ୍ତ କରିଛି । ଭ୍ରମଣକାରୀ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ୩୬ ବର୍ଷ ପରେ ଘରୋଇ ମାଟିରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଛି । ୧୯୮୮ରେ ୱାଙ୍ଖେଡରେ ନ୍ୟୁଜିଲାଣ୍ଡଠାରୁ ଭାରତ ହାରିଥିଲା । ୧୦୭ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୨ ୱିକେଟ ହରାଇ ହାସଲ କରିଥିଲା । ୱିଲ ୟଙ୍ଗ ୪୫, ରଚୀନ ରବୀନ୍ଦ୍ର ୩୯ ରନ କରି ଅପରାଜିତ ରହିଥିଲେ । ଯଶପ୍ରୀତ ବୁମରାହ ୨ଟି ଯାକ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଭାରତର ପ୍ରଥମ ଇନିଂସ ୪୬ ରନ ଜବାବରେ ନ୍ୟୁଜିଲାଣ୍ଡ ୪୦୨ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪୬୨ ରନ ସଂଗ୍ରହ କରିଥିଲା । ସର୍ଫରାଜ ଖାଁ ଶତକ ହାସଲ କରିଥିବା ବେଳେ ରିଷଭ ପନ୍ତ ୯୯ ରନ କରି ଆଉଟ ହୋଇଥିଲେ । ଅକ୍ଟୋବର ୨୪ରେ ପୁଣେରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହା ପୂର୍ବରୁ ଘରୋଇ ପରିବେଶରେ ଭାରତ କ୍ରମାଗତ ୬ଟି ଟେଷ୍ଟ ଜିତି ଭଲ ଫର୍ମରେ ରହିଥିଲା ।

Comments are closed.