Latest Odisha News

BREAKING NEWS

ଇସ୍ତଫା ଦେଲେ ଲକଡାଉନ୍ ନିୟମ ଭାଙ୍ଗିଥିବା ନ୍ୟୁଜିଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ

ନ୍ୟୁଜିଲାଣ୍ଡରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ କରୋନା ଲକଡାଉନ୍ ନିୟମ ଭାଙ୍ଗିଥିଲେ । ଡେଭିଡ୍ କ୍ଲାର୍କ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗକୁ ନେଇ ଦେଶରେ ବିବାଦ ଘନେଇଲା । ଶେଷରେ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଡେଭିଡ୍ କ୍ଲାର୍କ । ଆଜି ଏନେଇ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ଣ୍ଣ ।

ଅଭିଯୋଗ ହୋଇଥିଲା ଲକଡାଉନ ବେଳେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡେଭିଡ କ୍ଲାର୍କ ନିଜ ପରିବାର ସହ ବିଚ ବୁଲି ଯାଇଥିଲେ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଇସ୍ତଫା ଦାବି ଜୋର ଧରିଥିଲା ।

ପ୍ରଧାନମନ୍ତ୍ରୀ ଜେସିଣ୍ଡା ପ୍ରଥମେ ଡେଭିଡ୍ କ୍ଲାର୍କଙ୍କୁ ପଦରୁ ହଟାଇବା ସପକ୍ଷରେ ନଥିଲେ । ସେ କହିଥିଲେ, କରୋନା ମୁକାବିଲାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଡେଭିଡ୍ କ୍ଲାର୍କଙ୍କ ନିଷ୍ପତ୍ତିରେ ସହମତି ଥିବା କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.